
ହକି ପ୍ରଶିକ୍ଷଣ ଶିବିର ଉଦଘାଟିତ : ଢେଙ୍କାନାଳ
(ଜେ ବି ଏନ) ୨୩/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ନାଭାଲ ଟାଟା ହକି ପ୍ରଶିକ୍ଷଣ କେନ୍ଦ୍ର ଶୁକ୍ରବାର ତା ୨୨/୦୧ /୨୦୨୧ ରିଖ ଦିନ ଉଦ୍ଘାଟିତ ହୋଇଛି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ ଓ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ଏହି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା , କ୍ରୀଡ଼ା ଏବଂ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଏହି କେନ୍ଦ୍ର ଉଦଘାଟିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରଧାନ ସଚିବ ବିଶାଲ କୁମାର ଦେବ , ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ , ଟାଟାଷ୍ଟିଲ କର୍ପୋରେଟ୍ ସର୍ଭିସ୍ର ଚାଣକ୍ୟ ଚୌଧୂରୀ , ହକି ଆସ୍ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌତମ ମୁଖାର୍ଜୀ ଉପସ୍ଥିତଥିଲେ ।
ଅଗାମୀ ଦିନରେ ହକି ଖେଳର ଉନ୍ନତି ପାଇଁ ଟାଟା ଷ୍ଟିଲ ଦ୍ବାରା ଗଠିତ ନାଭାଲ ହକି ପ୍ରଶିକ୍ଷଣ କେନ୍ଦ୍ର ଗୁରୁଦାୟିତ୍ବ ବହନ କରିବ । ହକି ଖେଳାଳୀ ସୃଷ୍ଟି କରିବା ସହିତ ଭାରତ ହକି ଖେଳରେ ସୁନାମ ଆଣିପାରିବ ବୋଲି ଅତି ଥିମାନେ କହିଥିଲେ । ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲା ପ୍ରଶାସନିକ ଅଧୁକାରୀ ଶୁତି ରଞ୍ଜନ ମହାପାତ୍ର , ସତ୍ୟଶୁ ଶେଖର ଦାସ , ଶଶାଙ୍କ ଶେଖର ମିଶ୍ର , ଭଜନା ନନ୍ଦ ସାହୁ , ସୁଶାନ୍ତ କୁମାର ମିଶ୍ର , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି , କ୍ରୀଡ଼ା ସଂସଦ ସମ୍ପାଦକ ନଳିନି କୁମାର ଦାସ , ଗୌରାଙ୍ଗ ଚରଣ ସେଠୀ , ମନୋରଞ୍ଜନ ପଟ୍ଟନାୟକ , ପ୍ରମାନନ୍ଦ ବିହାରୀ , ଟଙ୍କଧର ବେହେରା , ଅମିତ ଶତପଥୀ , ସଭାପତି ପ୍ରଦୀପ କୁମାର ଦାସ , ସମ୍ପାଦକ ପ୍ରଣବ କୁମାର ଷଢଙ୍ଗୀ , କୋଚ୍ ସାଇ ପ୍ରସାଦ ଦଳାଇ , କୋଚ ବାବୁଲା ପ୍ରସାଦ ମହାନ୍ତିଙ୍କ ସମେତ ହକି କେନ୍ଦ୍ରର ୫୦ ଜଣ ବାଳକ ବାଳିକାମାନେ ଯୋଗଦେଇଥିଲେ ।



