ନେତାଜୀ ଜୟନ୍ତୀ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୩.୦୧.୨୦୨୧) -: ଓଡ଼ିଶାର ଦୁଇ ଅତୁଳନୀୟ ବିରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବା ପାଇଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସବୁଜ ବାହିନୀ ଓ ଦିଲ୍ଲୀ ପବ୍ଲିକ ସ୍କୁଲ (DPS), ଲାଞ୍ଜିପଲ୍ଲୀ, ର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍କୁଲ୍ ର ନିର୍ଦ୍ଧେଶକ ଓ ଡାଇବେଟିସ ଏଣ୍ଡିଯୋଲିଷ୍ଟ୍ ଡାକ୍ତର ସୁନିଲ୍ କୋଟା ଏବଂ ସମ୍ମାନିତ ଅତିଥି ଭାବେ ରୁବି ଚକ୍ଷୁ ମେଡିକାଲ ନିର୍ଦ୍ଧେଶକ ଓ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବି. ନାଗେଶ୍ଵର ସୁବୁଦ୍ଧି ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷର ଉପକାରିତା ବିଷୟରେ କହିଥିଲେ ସେହିପରି ଡାକ୍ତର କୋଟା କହିଥିଲେ ଯେ ଦେଶ ପରାଧିନ ଥିବାବେଳେ ଯେମିତି ଦେଶକୁ ସ୍ଵାଧୀନତା ର ଆବଶ୍ୟକତା ଥିଲା ଆଜି ସେମିତି ଦୂଷିତ ପୃଥିବୀକୁ ସନ୍ତୁଳିତ ସବୁଜ ଓ ସୁସ୍ଥ ରଖିବା ପାଇଁଁ ବୃକ୍ଷରୋପଣ ଓ ତାର ସୁରକ୍ଷା ର ଆବଶ୍ୟକତା ରହିଛି ସେଥିପାଇଁ ଆମେ ସମସ୍ତେ ଏମିତି ମହାପୁରୁଷ ମାନଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବାପାଇଁ ଵୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ୍ ,ଆଜିର ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିସରରେ ଥିବା ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମର ଫୁଲ ଓ ଫଳ ବୃକ୍ଷରୋପଣ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପଟ୍ଟନାୟକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ରବିନ୍ ହୁଡ ଆର୍ମି ସଙ୍ଗଠନ ର ସଭାପତି ବିଜୟ ବାଗାରୀୟା ଓ ସଦସ୍ୟ ସଦସ୍ୟା ମାନେ ଏବଂ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ ଓ ପ୍ରଣୟ କୁମାର ସାହୁ, ବିନୋଦ, ସୁଜିତ୍ କୁମାର ଗୌଡ, ଏ ପ୍ରକାଶ, ଗଣେଶ ପାଣିଗ୍ରାହୀ, ଆଶ୍ରିତ ସାରିଫ, ଦୀପକ୍ କୁମାର ପାତ୍ର, ସାଗର ସାହା, ପ୍ରବୀଣ, ସୁଶିଲ କୁମାର, ଶିବରାମ ବେହେରା, ବନମାଳୀପ୍ରଧାନ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ସୁଚାର ରୂପେ ପରିଚାଳନା କରିଥିଲେ ।




