ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଅଁରପାଳରେ ୭୨ତମ ସାଧାରଣ ଗଣତନ୍ତ୍ର ଦିବସ ଅନୁଷ୍ଠିତ

ଜେ ବି ଏନ, ୨୬/୦୧/୨୦୨୧, (ରିପୋର୍ଟ, ମଦନ ସାହୁ), ବଅଁରପାଳ :ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଅଁରପାଳରେ ୭୨ତମ ସାଧାରଣ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଫୁରନ୍ଦର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ କରୋନା ସମୟରେ ଶିକ୍ଷକ ମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ ଉପସଭାପତି ହେମନ୍ତ କୁମାର ସାହୁ, ସମ୍ପ୍ରଦାୟ ଅଖଲି କୁମାର ମହାପାତ୍ର ଜୁଗ୍ଣ ସମ୍ପାଦକ ସୁମନ୍ତ ସାମଲ ଓ କୋପାଧଜୀ ପ୍ରମାଦ କୁମାର ସାହୁ ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରତିନିଧି ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ କରିଥିଲେ।



