ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସାଧାରଣତନ୍ତ୍ର ଦିବସ ପାଳିତ

ଜେ ବି ଏନ, ବ୍ରହ୍ମପୁର (ବ୍ୟୁରୋ ଖବର, ୨୬.୦୧.୨୦୨୧) -: ଆଜି ପବିତ୍ର ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସାଧରଣତନ୍ତ୍ର ଦିବସ ନିରାଡମ୍ବର ସହକାରେ କୋଭିଡ୍ ନିୟମ କୁ ମାନି ପାଳିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ କର୍ମୀ ମନୋଜ କୁମାର ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଏସ୍. ପ୍ରସନ୍ନ କୁମାର ଦୋରା, ପ୍ରଦୀପ କୁମାର ବିଶ୍ଵାଳ, ଧୀରେନ୍ଦ୍ର କୁମାର ପ୍ରଧାନ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ବିଶ୍ଵାଳ ସମେତ ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।



