ଚିଲିକା ବିଜେଡି କାର୍ଯ୍ୟାଳୟରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜେ. ବି. ଏନ, ୨୬/୦୧ /୨୦୨୧ ,(ରିପୋର୍ଟ, ରଂଜିତ କୁମାର ସାହୁ ),ଖୋର୍ଦ୍ଧା /ବାଲୁଗାଁ : ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ବିଜେଡି କାର୍ଯ୍ୟାଳୟରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ଏହି ଉତ୍ସବ ରେ ଚିଲିକା ର ପୂର୍ବତନ ବିଧାୟକ ତଥା ବିଜେଡି ର ବରିଷ୍ଠ ନେତା ଶ୍ରୀ ରଘୁନାଥ ସାହୁ, ପୂର୍ବତନ ନଗରପାଳ ପ୍ରତିନିଧି ସୁକାନ୍ତ ମାଝୀ, ଉପନଗରପାଳ ପ୍ରତିନିଧି ଅକ୍ଷୟ ରଣସିଂହ, ପୂର୍ବତନ କାଉନସିଲର କୃଷ୍ଣ ଚନ୍ଦ୍ର ବେହେରା, ବରିଷ୍ଠ ନେତା ପ୍ରସାଦ ପ୍ରଧାନ, ସୋସାଇଟି ସଭାପତି ଲଳିତ ମୋହନ ମିଶ୍ର, ସାମସୁର ଉଲହକ, ଯୁବନେତା ଗଣେଶ ପ୍ରଧାନ, ଜୁଲ୍ଫିକର ଖାଁ, ମୁରଲୀ ବେହେରା, ଜାବୀର ଖାଁ, ରଂଜିତ ଦାସ, କୁନା ସାହୁ, ଛାତ୍ର ନେତା ସୁଧାଂଶୁ ଶେଖର ପରିଡା, ଜୁନେଦ ଖାଁ, ଚିଣ୍ଟୁ ପ୍ରଧାନ, ରଂଜିତ ସାହୁ, ରଙ୍କ ପଲେଇ,ସହ ବହୁ ମହିଳା ନେତ୍ରୀ ଙ୍କ ସହ 11ଗୋଟି ୱାର୍ଡ ରୁ ବହୁ ସଂଖ୍ୟା ରେ ମହିଳା ଓ ଯୁବକ ମାନେ ଯୋଗ ଦାନ କରି ପ୍ୟାରାଡ଼ କରି ଜାତୀୟ ପତାକା ଉତ୍ତଳୋନ କରିବା ପରେ ଜାତୀୟ ସଂଗୀତ ପରିବେଷଣ କରିଥିଲେ.ଶ୍ରୀ ସାହୁ ଦେଶର ଅଖଣ୍ଡତା ପ୍ରଭୁତ୍ୟ ଉପରେ ଆଲୋକପାତ କରି ସମ୍ବିଧାନ ର ରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ, ଶ୍ରୀ ପ୍ରସାଦ ପ୍ରଧାନ, କୃଷ୍ଣ ଚନ୍ଦ୍ର ବେହେରା ଓ ଲଳିତ ମୋହନ ମିଶ୍ର ବାବା ସାହେବ ଆମ୍ବେଦକର ଙ୍କ ବିଷୟରେ ଗୁଣଗାନ କରିଥିଲେ,ତାପରେ ସାମସୁର ଉଲହକ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି ନିଜ ଅଭିଭାଷଣ ରେ କହିଥିଲେ. ଶେଷରେ ସମସ୍ତେ ବିଜେଡି କାର୍ଯ୍ୟାଳୟ ରୁ ବାହାରି ବାଲୁଗାଁ ସ୍ଥିତ ଗାନ୍ଧୀ ଛକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଦେବା ସହ ସ୍ଲୋଗାନ ଦେଇଥିଲେ l



