ନାଲକୋ ଶ୍ରମିକ କଂଗ୍ରେସ ଯୁନିଅନ କାର୍ଯ୍ଯାଳୟ ପରିସରରେ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ଜଗନ୍ନାଥ ବେହେରା), ନାଲକୋ : ନାଲକୋ ଶ୍ରମିକ କଂଗ୍ରେସ ଯୁନିଅନ କାର୍ଯ୍ଯାଳୟ ପରିସରରେ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ନାଲକୋରୁ ନିକଟ ଅତୀତରେ ଅବସର ନେଇଥିବା କର୍ମଚାରୀ ଶ୍ରୀ ଚନ୍ଦ୍ରକାନ୍ତ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ଏଥିରେ ଉପସ୍ଥିତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। ଅନେକ ଉଚ୍ଚ କର୍ମକର୍ତ୍ତା ମଧ୍ୟ ନିଜ ନିଜର ଅଭିଭାଷଣ ରଖିଥିଲେ। ପରିଶେଷରେ ମିଷ୍ଟାନ୍ନ ବଣ୍ଟନ ପୂର୍ବକ ଉସ୍ଛବର ସମାପ୍ତି ଘୋଷଣା କରାଯାଇଥିଲା।




