ପ୍ରଫେସର (ଡଃ) ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ୨ ଗୋଟି ପୁସ୍ତକ ଉନ୍ମୋଚିତ

ଜେ ବି ଏନ, ୨୯/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : ଆଜି ଓଡ଼ିଶାର ପ୍ରସିଦ୍ଧ ବାଣୀ ପୀଠ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ବିଶିଷ୍ଟ ସାହିତ୍ଯକ, ଗାଳ୍ପିକ, ଗୀତିକବି ପ୍ରଫେସର (ଡଃ) ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ୨ ଗୋଟି ପୁସ୍ତକ ଉତ୍କଳ ସାହିତ୍ୟ ସମାଜ ର ସଭାପତି ଶ୍ରୀ ତରୁଣ କୁମାର ସାହୁଂକ କରକମଳରେ ଉଦଘାଟିତ ହୋଇଯାଇଛି। ପ୍ରଫେସର (ଡଃ) ସୁଦର୍ଶନ ପଟ୍ଟନାୟକଙ୍କ ୮୧ ତମ ଜନ୍ମ ଜୟନ୍ତୀ ଅବସରରେ ଓଡିଆ ଭାଷା, ସାହିତ୍ୟ ଲୁପ୍ତ ହୋଇଯାଉଥିଲା ବେଳେ ଏହି ଦୁଇଟି ପୁସ୍ତକ “ମନଗହନର ତଳେ” ଓ “ଜୀବନ ସଂହିତା” ଓଡ଼ିଶାବାସୀଙ୍କ ଲାଗି ଏକ ଅନବଦ୍ୟ ଭେଟି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ସଭାପତି ଶ୍ରୀ ସାହୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଲେଖକଂକ ଲେଖନୀ ଏମିତି ଚାଲୁଥାଉ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥୂଲେ।



