କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ରହିବେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଦାୟିତ୍ବରେ

ଜେ ବି ଏନ, ୨୯/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭାଯୋଗର ନିର୍ଦ୍ଦେଶନାମା ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଥିବା ଶ୍ରୀ ଅନିଲ କୁମାର ସାମଲ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ । ଚଳିତ ମାସରେ ରାଜସ୍ବ କମିଶନର ଶ୍ରୀ ନିରଞ୍ଜନ ସାହୁ ଅବସର ନେଉଥିବାରୁ ଶ୍ରୀ ସାମଲଙ୍କୁ ଏହି ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କେନ୍ଦ୍ରଞ୍ଚଳ ରାଜସ୍ବ କମିଶନର ଥିବା ଶ୍ରୀ ସାମଲ ତାଙ୍କର ଦୀର୍ଘ ଦିନର ଅନୁଭୂତି ଓ ଦକ୍ଷତା ବଳରେ ଏହି ୨ଟି ରାଜସ୍ବ ଡିଭିଜନର ୨୦ଟି ଜିଲ୍ଲାର ଦାୟିତ୍ବ ବୁଝିବେ । ରାଜ୍ୟ ସରକାର ଆସନ୍ତା ଦିନରେ ସରକାରଙ୍କ ରାଜସ୍ବ ବୃଦ୍ଧି ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଯୋଜନାର ସଠିକ କାର୍ଯ୍ୟକାରିତା ନିମନ୍ତେ ଶ୍ରୀ ସାମଲଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି ।



