ଆଜି ୧୧ , ୧୪୨ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଆଜି ତା. ୨୯/୦୧ /୨୦୨୧ ଶୁକ୍ରବାର ରାଜ୍ୟରେ ୧୭୯ ସେସନ୍ ସାଇଟରେ କୋଭିଡ୍ ଟୀକାକରଣ ହୋଇଛି । ଆଜି ୧୫ , ୭୦୧ ଜଣ ସ୍ବାସ୍ଥ୍ୟସେବା ହିତାଧିକାରୀଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୧୧ , ୧୪୨ ଜଣ ହିତାଧିକାରୀ ( ୭୧ % ) ଟୀକା ନେଇଛନ୍ତି । କୌଣସି ବିଶେଷ ଗୁରତର ପାର୍ଶ୍ୱ ପ୍ରତିକ୍ରିୟା ଦୃଷ୍ଟିଗୋଚର ହୋଇନାହିଁ ।



