ଭତ୍ତା ପାଇବାକୁ ନିବେଦନ କରିଛନ୍ତି ଅସହାୟ କେଳୁଣୀ ସାହୁ

ଜେ ବି ଏନ, ୪/୦୨/୨୦୨୦, (ରିପୋର୍ଟ, ମଦନ ସାହୁ), ଅନୁଗୋଳ ::ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ୍ ଅଙ୍ଗାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ଅଙ୍ଗାରବନ୍ଧ ଗ୍ରାମରେ ରହୁଛନ୍ତି କେଲୁଣୀ ସାହୁ ଯାହାଙ୍କ ସ୍ବାମୀ ଅନେକ ଦିନ ହେଲା ତାଙ୍କୁ ଛାଡି ଦେଇଛନ୍ତି ।
ଭତ୍ତା ଟିଏ ପାଇଁ ଯେତେ ଯାହାକୁ ଗୁହାରି କରିଥିଲେ ମଧ୍ୟ ତାଙ୍କ ଗୁହାରି କୁ କେହି କର୍ଣ୍ଣପାତ କରିନଥିବା ରୁ ସେ କହିଛନ୍ତି l
ତାଙ୍କର ବଡ଼ ଦୁଃଖ ବିଷୟ କି କେଲୁଣୀ ସାହୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଆଳୁ ଗ୍ରାମରେ ବିଭାହ କରିଥିଲେ ଓ କୌଣସି କାରଣରୁ ଅନେକ ଦିନ ହେଲା ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ିଦେଇଛନ୍ତି । ଜୀବନକୁ ଆଦରି ସେ ବାପ ଘରେ ପଡିରହିଛନ୍ତି। ମାସକୁ ତାଙ୍କୁ ମିଳୁଛି ୫କେଜି ଚାଉଳ ସେଥିରେ ଭାରି ଦୁଃଖ କଷ୍ଟରେ ସେ ଚଳୁଛନ୍ତି । ରୋଗାକ୍ରାନ୍ତ ଅବସ୍ଥାରେ ତାଙ୍କର ଗୋଟିଏ ହାତ ଅଚଳ ହୋଇପଡିଥିବାରୁ ସେ ନିଜର କାମ ଧନ୍ଦା ମଧ୍ୟ କରିପାରୁନାହାନ୍ତି ଠିକସେ । ବହୁଜାଗାରେ ନେହୁରା ହେବାପରେ ମଧ୍ୟ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଭତ୍ତା ଟିଏ ମିଲିପାରୁନାହିଁ l
ତାଙ୍କ ଗୁହାରିକୁ କେହି କର୍ଣ୍ଣପାତ କରୁନଥିବା କଥା କୁ ନେଇ କେଲୁଣୀ ସାହୁ ଅସନ୍ତୋଷ ପ୍ରକାଶ କରିବା ସହ ଭତ୍ତା ଟିଏ ତାଙ୍କୁ ଯୋଗାଇ ଦେବା ପାଇଁ ସରକାର ଓ ପ୍ରଶାସନ ଙ୍କୁ ସେ ଆକୁଳ ନିବେଦନ କରିଛନ୍ତି। ତାଙ୍କର ମା ବାପା କେହି ନାହାନ୍ତି କି ତାଙ୍କୁ କେହି ସାହାଯ୍ୟ କରନ୍ତେ ନାହିଁ ଏଭଳି ଅସହାୟ ମହିଳାଙ୍କୁ ଭତ୍ତା ଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।



