ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କର ଆଜି ୧୦୩ ବର୍ଷ ବୟସରେ କଣିହାଁ ବ୍ଲକ୍ ଅନ୍ତର୍ଗତ କଂସମୁଣ୍ଡା ଗ୍ରାମର ନିଜ ବାସଭବନରେ ପରଲୋକ ହୋଇଯାଇଛି । ୧୯୧୮ ଫେବୃୟାରୀ ୨୦ ତାରିଖରେ ଏହି ସ୍ବାଧୀନତା ସଂଗ୍ରାମୀ ଜନ୍ମଗ୍ରହଣ କରିଥଲେ । ଯୁବରାଜ ଉଚ୍ଚ ବିଦ୍ୟାଳୟରୁ ୧୯୩୮ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ରାଜ ଶାସନ ଏବଂ ବ୍ରିଟିଶ୍ ମାନଂକର ଅତ୍ୟାଚାରରୁ ପ୍ରଜାମାନଂକୁ ମୁକ୍ତ କରିବା ପାଇଁ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଂକ ସହ ମିଶି ପ୍ରଜା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୪୪ ରୁ ୧୯୪୬ ପର୍ଯ୍ୟନ୍ତ ସେ କାରାବରଣ କରିଥଲେ । ପରବର୍ତ୍ତୀ କାଳରେ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ୩ ଥର ସେ ଦାୟିତ୍ବ ତୁଲାଇଛନ୍ତି । କୃଷି ଓ କୃଷକ ବିକାଶ ପାଇଁ ଜଳସେଚନର ବ୍ୟବସ୍ଥା ଓ ଶିକ୍ଷାର ବିକାଶ ପାଇଁ ଅନେକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ରେ ତାଂକର ଅବଦାନ ଅବିସ୍ମରଣୀୟ । ସେ ତାଂକ ଜୀବନକାଳ ମଧ୍ୟରେ ରାଜ୍ୟ ସରକାରଂକ ଠାରୁ ଅନେକବାର ସମ୍ମାନିତ ହୋଇଛନ୍ତି । ତା ସହିତ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀକ ଠାରୁ ୨୦୧୩ ମସିହାରେ ରାଷ୍ଟ୍ରପତି ଭବନରେ ସମ୍ମାନିତ ହୋଇଛନ୍ତି । ଆଜି ଅପରାହ୍ନ ୪ ଘଟିକା ୪୦ ମିନିଟ୍ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଂକ ପରଲୋକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମାନା ଦିବ୍ୟଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


