ଭିଡିଓ କନ୍ଫରେସିଙ୍ଗ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ ରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କଲେ ସାଂସଦ ମହେଶ ସାହୁ

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ମାନ୍ୟବର ସାଂସଦ ଶ୍ରୀ ଯୁକ୍ତ ମହେଶ ସାହୁ ଙ୍କ ଆହ୍ୱାନ କ୍ରମେ ଆଜି ଅନଗୁଳ ନିର୍ବାଚନ ମଣ୍ଡଳୀ ସଦର ମହକୁମାରେ ଭିଡିଓ କନ୍ଫରେସିଙ୍ଗ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା l ଏଥିରେ ମାନ୍ୟବର ସାଂସଦ ତାଙ୍କର ଗତ ଦୁଇ ବର୍ଷର ଢେଙ୍କାନାଳ ଲୋକସଭା କ୍ଷେତ୍ରର ତଥା ଅନଗୁଳ ଜିଲ୍ଲାର ଓ ଜିଲ୍ଲା ବାସୀଙ୍କର ସ୍ଵାର୍ଥ ଓ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , ପାର୍ଲ୍ୟାମେଣ୍ଟ ଓ ବିଭିନ୍ନ ବିଭାଗର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ଓ ଦାବି ଉପସ୍ଥାପନ କରିଛନ୍ତି ତାହାର ସୂଚନା ଦେଇଥିଲେ l ସଂସଦ ର ଅଧିବେଶନ ପାଇଁ ମାନ୍ୟବର ସାଂସଦ ଦିଲ୍ଲୀରେ ଥାଇ ଭିଡିଓ କଂଫରେନ୍ସ ମାଧ୍ୟମରେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ରେଳ ବିଭାଗ ପାଇଁ ଅନଗୁଳ ସୁକିନ୍ଦା ପ୍ରକଳ୍ପ , ତାଳଚେର ଥର୍ମାଲ ପାୱାର ଷ୍ଟେସନ ର ସମ୍ପ୍ରସାରଣ ସହିତ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି , ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ ର ସମ୍ପ୍ରସାରଣ ସହିତ ବିଶ୍ୱ ର ସର୍ବଶ୍ରେଷ୍ଠ ପ୍ରକଳ୍ପ ଏବଂ ସ୍ଥାନୀୟ ଯୁବକ ମାନଙ୍କ ନିଯୁକ୍ତ ଓ ପାରିପାର୍ଶ୍ବିକ ଅଞ୍ଚଳ ର ଉନ୍ନତି , ବଲଙ୍ଗ ପଂଚାୟତ ରେ ମୋବାଇଲ ଟାୱାର ସ୍ଥାପନ । ଏ ସବୁ ପ୍ରସଙ୍ଗ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ଜିଲ୍ଲାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ର ପରାମର୍ଶ ଓ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଥିଲେ ।ଏହା ସହ ଆଗାମୀ ଦିନରେ ଅନଗୁଳ ର ବିକାଶ ପାଇଁ ଗଣମାଧ୍ୟମ ର ସମସ୍ତ ବନ୍ଧୁ ମାନଙ୍କ ର ଉପଦେଶ ଓ ପରାମର୍ଶ ଦରକାର ବୋଲି କହିଥିଲେ ।






