
ପିଲା ଚୋର ଭାବି ତେଲ ଚୋର କୁ ସଂଘବଦ୍ଧ ଆକ୍ରମଣ
ପୁଲିସ ଷ୍ଟ୍ରିଙ୍ଗ ଅପରେସନ ବେଳେ ଅଘଟଣ : ପିଲା ଚୋର ସନ୍ଦେହରେ ପୁଲିସକୁ ଆକ୍ରମଣ
(ଜେ ବି ଏନ) ୦୯/୦୨/୨୦୨୧ ଢେଙ୍କାନାଳ /ଅନୁଗୋଳ : ବଅଁରପାଳ ପୁଲିସ ଆଇଓ ସିଏଲ (IOCL) ପାଇପ ଲାଇନରୁ ତେଲ ଚୋରୀ କରିଥିବା ତେଲ ଚୋରକୁ ଧରିବାକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ହଟହଟା ହେବା ସହିତ ଲୋକଙ୍କ ଠାରୁ ଆକ୍ରମଣ ର ଶିକାର ହେଲେ । ସୂଚନା ଅନୁଯାୟୀ ପାରାଦ୍ୱୀପ ଆଈଓସିଏଲ(IOCL) ରୁ ପାଇପ ଯୋଗେ ସମ୍ବଲପୁର ପେଟ୍ରୋଲ ସପ୍ଲାଇ କରାଯାଉଛି ଓ ଗତ କିଛି ଦିନ ପୂର୍ବରୁ ସମ୍ବଲପୁର ଅଞ୍ଚଳରୁ ଏହି ପାଇପ ଲାଇନରୁ ତେଲ ଚୋରୀ ରିକ୍ୟାଟ ଧରାପଡିବା ପରେ ପେଟ୍ରୋଲ ପାଇପ ଲାଇନ ସୁରକ୍ଷା ଦାୟିତ୍ୱରେ ଥିବା କର୍ମୀମାନେ ସଜାଗ ହେବା ସହିତ ପେଟ୍ରୋଲିଂ କଡ଼ାକଡ଼ି କରିଥିଲେ। ଚଳିତ ମାସ ଫ୍ରେବୁଆରୀ ୪(FEBRUARY 4) ତାରିଖ ଦିନ ବଉଳିଗଡ଼ ଜଙ୍ଗଲ ନିକଟରେ ଯାଇଥିବା ପେଟ୍ରୋଲ ପାଇପ ଲାଇନରୁ ୫-୬ ଟ୍ୟାଙ୍କର ତେଲ ଚୋରୀ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ପାଇ ସୁରକ୍ଷା କର୍ମୀ ମାନେ ବଉଳିଗଡ଼ ଜଙ୍ଗଲ ନିକଟରେ ନିଜର ଅପେରେସନ୍ ପାଇଁ ଏକ ବଣ ଭୁଜି କରିଥିଲେ ସାଧା ପୋଷାକରେ। ଜଙ୍ଗଲ ଭିତରେ ପାଇପ ଲାଇନ ନିକଟରେ କେତେକ ଯୁବକ ବୁଲାବୁଲି କରୁଥିବାର ଦେଖି ତାଙ୍କର ଫୋଟୋ ଉଠାଇଥିଲେ। ଏନେଇ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଜଗମୋହନ ମିନାଙ୍କ ନିକଟରେ ପାଇପ ଲାଇନରୁ ତେଲ ଚୋରୀ ସମ୍ପର୍କରେ ଓ ଚୋର ମାନେ ପୁଣି ଚୋରୀ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ପାଇପ ଲାଇନ ସୁରକ୍ଷା ଅଧିକାରୀ କହିବା ପରେ ଆରକ୍ଷୀ ଅଧ୍ୟକ୍ଷ(SP) ବଅଁରପାଳ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଚୋର ମାନଙ୍କୁ ଧରିବା ପାଇଁ। ପାଇପ ଲାଇନ ସୁରକ୍ଷା କର୍ମଚାରୀ ଓ ବଅଁରପାଳ ପୁଲୁସ ମିଳିତ ଭାବେ ଆଜି ସକାଳେ ବଉଳିଗଡ଼ ଜଙ୍ଗଲ ନିକଟରୁ ଗୋଟିଏ ନମ୍ବର ବିହୀନ କାର ଓ ତିନି ଜଣ ଯୁବକକୁ କାବୁ କରିନେଇ ଥାନାରେ ଅଟକ ରଖି ପଚରା ଉଚାର କରିଥିଲେ। ଅଟକ ଥିବା ଯୁବକ ମାନଙ୍କ ମୋବାଇଲ ଫୋନକୁ ସେଠାରୁ ଖସି ପଳେଇଥିବା ଅନ୍ୟ ଜଣେ ଯୁବକ ଫୋନ କରିଥିଲେ ଓ ଏହି ଅଭିଯୁକ୍ତ ସେହି ସ୍ଥାନରୁ ନେଇଯିବା ପାଇଁ କହିଥିଲେ। ବଅଁରପାଳ ଥାନାର ଏସ ଆଇ(SI) ଦିଲ୍ଲୀପ ସାହୁ ଅନ୍ୟ ଯୁବକକୁ ଧରିବା ପାଇଁ ଏକ ଷ୍ଟ୍ରିଙ୍ଗ ଅପରେସନ ପାଇପ ଲାଇନ ସୁରକ୍ଷା କର୍ମୀ ମାନଙ୍କୁ ନେଇ ଆରମ୍ଭ କରିଥିଲେ । ପୂର୍ବରୁ ଥାନାରେ ଅଟକ ଥିବା ତିନି ଯୁବକଙ୍କ ପୋଷାକ ପିନ୍ଧିବା ସହିତ ତାଙ୍କ ଠାରୁ ଜବତ ହୋଇଥିବା କାର ଏବଂ ମୋବାଇଲ ଫୋନ ବ୍ୟବହାର କରି ଅନ୍ୟ ଯୁବକକୁ ଧରିବା ପାଇଁ ଷ୍ଟ୍ରିଙ୍ଗ ଅପରେସନ ଆରମ୍ଭ କରିଥିଲେ। ମୋବାଇଲରେ ଚତୁରତାର ସହିତ ଚାଟିଂ କରିବା ପରେ ଯୁବକ ଜଣକ ଆମନା(AMNA) ଗ୍ରାମ ନିକଟରେ ଲୁଚି ରହିଛି ଓ ତାଙ୍କୁ ସେଠୁ ନେଇକି ଯିବା ପାଇଁ ମୋବାଇଲ ଚାଟିଂରେ(Chatting) ଯୁବକ କହିଥିଲେ । ସୂଚନା ପାଇ ପୁଲିସ ସେଠାକୁ ପହଞ୍ଚି ହରିୟାଣା ଅଞ୍ଚଳର ସନ୍ଦୀପ କୁମାର ନାମକ ଯୁବକକୁ କାବୁ କରି ନେଇଥିଲେ। ସେଠାରୁ ପୁଲିସ ତାକୁ ଧରିକି ଆଣିବା ସମୟରେ ଆମନା ଗ୍ରାମ ଛକ ନିକଟରେ ଗ୍ରାମବାସୀମାନେ ଗାଡିକୁ ଛାଡ଼ି ନଥିଲେ ପିଲା ଚୋର ସନ୍ଦେହରେ ଗାଡିକୁ ଅଟକ ରଖି ବଚସା କରିଥିଲେ। ପୁଲିସ ଓ ସୁରକ୍ଷା କର୍ମୀମାନେ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ। ଚୋରକୁ ଧରିବା ପାଇଁ ନେଇଥିବା ଚୋରଙ୍କ ନମ୍ବର ବିହୀନ କାରକୁ ଭାଙ୍ଗି ଚୁର ମାର କରିବା ସହିତ ଘଟଣା ସ୍ଥଳକୁ ଯାଇଥିବା
ବଅଁରପାଳ ପୁଲିସ ଗାଡିକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ଓ ସନ୍ଦୀପକୁ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଏହାର ବିରୋଧ କରିବାରୁ ପୁଲିସକୁ ମାଡ଼ ମାରିବା ସହିତ କାଚ ବୋତଲ ଉପରକୁ ଫିଙ୍ଗିଥିଲେ ଶତାଧିକ ଗ୍ରାମବାସୀ। ପୁଲିସ ଓ ଗ୍ରାମବାସୀ ଙ୍କ ମଧ୍ୟରେ ସଂଘର୍ଷ ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିବା ପରେ ପ୍ରଥମେ ଘଟଣା ସ୍ଥଳକୁ କଣ୍ଟାବଣୀଆ ଥାନା ଅଧିକାରୀ ନିରଞ୍ଜନ ସେଠୀ, ଓ ବଅଁରପାଳ ପୁଲିସ ପହଞ୍ଚି ଘଟଣାକୁ ଆୟତ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। କିଛି ସମୟ ପରେ ଅନୁଗୁଳ ଏସଡିପିଓ ଅଶ୍ୱନି କୁମାର ସାହୁ , ମୋଟଙ୍ଗା ଥାନା ଅଧିକାରୀ, ବାଲିମ ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଆୟତ କରିଥିଲେ। ପୁଲିସକୁ ମାଡ଼ ଓ ପୁଲିସ ଗାଡ଼ି, ଚୋରଙ୍କ କାର ଭାଙ୍ଗିବା ଥିବା କେତେକ ଲୋକଙ୍କୁ କାବୁ କରିବା ସହିତ ଗ୍ରାମରେ ପୁଲୁସ ଫୋର୍ସ ପଇଁତିରା ମାରିଥିଲା ଅନ୍ୟ ମାନଙ୍କୁ ଧରିବା ପାଇଁ। ଏହି ଘଟଣାରେ ତିନି ପୁଲିସ ଏସଆଇ ଆହାତ ହୋଇଥିଲେ ଓ ଜଣେ ସୁରକ୍ଷାକର୍ମୀ। ତେଲ ଚୋର ଅଭିଯୋଗ ଚାରି ଜଣଙ୍କୁ ଅଟକ ରଖି ତାଙ୍କୁ ପଚରା ଉଚରା କରିବା ଆରମ୍ଭ କରିଛି।ଏହି ପାଇପ ଲାଇନରୁ ତେଲ ଚୋର ରାକ୍ୟାଟେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉକି ପାଇପ ଲାଇନରୁ ପାଞ୍ଚ ଟ୍ୟାଙ୍କର ତେଲ ଚୋରି ହୋଇଛି ବୋଲି ସୁରକ୍ଷା କର୍ମୀମାନେ କହିଛନ୍ତି।



