ମଙ୍ଗଳା ମନ୍ଦିର ରେ ପହଁଞ୍ଚିଲେ ବୃନ୍ଦାବନ ପିଠ ରୁ ମହାରାଜ ରାଜେନ୍ଦ୍ର ଦାସ

ଜେ ବି ଏନ, ୦୯/୦୨/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ମା ମଙ୍ଗଳା ଙ୍କ ମନ୍ଦିର ରେ ସାଧୁ ମହାରାଜ ରାଜେନ୍ଦ୍ର ଦାସ l ମହାମାରୀ ସମୟରେ ବହୁ ସାଧୁ ସନ୍ଥ ବିଭିନ୍ନ ଦେବାଦେବୀ ମାନଙ୍କ ଦର୍ଶନ ରୁ ବଞ୍ଚିତ ହୋଇଥିଲେ l କୋଭିଡ କଟକଣା କୋହଳ ପରେ ଭକ୍ତ ଓ ଭଗବାନଙ୍କ ତଥା ଦେବା ଦେବୀ ଙ୍କ ସାକ୍ଷାତ ହୋଇ ପାରିଥିବା ଦେଖାଯାଇଛି l ଆଜି କାକଟପୁର ମା ମଙ୍ଗଳା ଙ୍କ ମନ୍ଦିର ରେ ସାଧୁ ମହାରାଜ ରାଜେନ୍ଦ୍ର ଦାସ ଆସିଛନ୍ତି ମା ଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବା ପାଇଁ l ସେ ବୃନ୍ଦାବନ ପିଠରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଏବେ ମା ଙ୍କ ଦର୍ଶନ ପାଇଁ ଆସିଛନ୍ତି l



