୩୪୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ : ଏମ ଏଲ ଏ ଙ୍କ ସମେତ ବରଗଡ଼ ବାସୀଙ୍କ ଧନ୍ୟବାଦ ଅର୍ପଣ

(ଜେ. ବି. ଏନ୍) ୦୯/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ, ବରଗଡ଼ : ୩୪୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ଏମ ଏଲ ଏ ଙ୍କ ସମେତ ବରଗଡ଼ ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି
। ଏମ ଏଲ ଏ ସୁଶାନ୍ତ ସିଂ କହିଛନ୍ତି ଯେ ବରଗଡ଼ ଜିଲ୍ଲା ବିଜେପୁର ଓ ଭଟଲି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଭବିଷ୍ୟତରେ ବରଗଡ଼ ଜିଲ୍ଲାର ବିକାଶ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୧୩୮.୬୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ଆଜି ଏହି ପ୍ରକଳ୍ପ ପାଇଁ ଆହୁରି ୩୪୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିବାରୁ ଆମେ ବରଗଡ ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛୁ ।



