ତେଲ ଚୋରକୁ ଧରିବାକୁ ଯାଇ ପୁଲିସ ନିସ୍ତୁକ ମାଡ଼ ଖାଇବା ଘଟଣା
୧୦ ଜଣ କୋର୍ଟ ଚାଲାଣ,

ଭାଇରାଲ୍ ଭିଡିଓ ଦେଖି ଅନ୍ୟ ମାନଙ୍କୁ ଧରିବା ପାଇଁ ପୁଲିସର ଉଦ୍ୟମ
(ଜେ ବି ଏନ /ସୁଶାନ୍ତ କୁମାର) ୦୯/୦୨ /୨୦୨୧ ଢେଙ୍କାନାଳ : ବଅଁରପାଳ ପୁଲିସକୁ ନିସ୍ତୁକ ମାଡ଼ ଘଟଣାରେ ଆଜି ଦଶ ଜଣ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୁତ୍ରରୁ ପ୍ରକାଶ ଯେ ବଉଳିଗଡ଼ ଜଙ୍ଗଲ ଦେଇ ପାରାଦୀପରୁ ସମ୍ବଲପୁର ଯାଇଥିବା ଆଇଓସିଏଲ କମ୍ପାନୀର ତେଲ ପାଇପ ଲାଇନରୁ ତେଲ ଚୁରୀ ହେଉଥିବା ନେଇ ତେଲ ପାଇପ ଲାଇନ ସୁରକ୍ଷାରେ ଥିବା ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା । ସୁରକ୍ଷା କର୍ମୀ ମାନେ ସୂଚନା ପାଇବା ପରେ ବଅଁରପାଳ ପୁଲିସକୁ ସୂଚନା ଦେଇଥିଲେ ତେଲ ଚୁରୀ ସମ୍ପର୍କରେ। ସୁରକ୍ଷା କର୍ମୀମାନେ ତେଲ ଚୁରୀ ହେଉଥିବା ବଉଳିଗଡ଼ ଜଙ୍ଗଲ ନିକଟରେ ଭୁଜି କରିବା ବାହାନାରେ ବସିଥିବା ବେଳେ କେତେକ ଅଣ ଓଡ଼ିଆ ଯୁବକ ତେଲ ପାଇପ ଲାଇନ ଉପରେ ବୁଲୁଥିବାର ଦେଖି ବଅଁରପାଳ ପୁଲିସକୁ ସୂଚନା ଦେଇଥିଲେ । ବଅଁରପାଳ ଥାନା ଏସ ଆଇ ଦିଲ୍ଲୀପ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଏକ ନମ୍ବର ବିହୀନ କାର ଓ ତିନି ଜଣ ଯୁବକକୁ କାବୁ କରି ନେଇଥିଲେ। ଅନ୍ୟ ଜଣେ ଘଟଣା ସ୍ଥଳରୁ ଖସିଯାଇଥିଲେ। ପୁଲିସ ତାକୁ ଧରିବା ପାଇଁ ଢେଙ୍କାନାଳ ଜିଲ୍ଲାର କଣ୍ଟାବଣୀଆ ଥାନା ସଂଯପଡା ପଞ୍ଚାୟତ ଆମନା ଗ୍ରାମକୁ ଯାଇଥିଲେ। ପୁଲିସ ଗ୍ରାମକୁ ଚୋର ଧରିବାକୁ ସାଧା ପୋଷାକରେ ଯାଇଥିବା ବେଳେ ତାଙ୍କୁ ପିଲା ଚୁରୀ ସନ୍ଦେହରେ ପୁଲିସ ଓ ଜଣେ ତେଲ ଚୁରକୁ ନିସ୍ତୁକ ମାଡ଼ ମାରିଥିଲେ ଏଥିରେ ବଅଁରପାଳ ଥାନା ଏସ ଆଇ ଦିଲ୍ଲୀପ ସାହୁ, ତ୍ରିଲୋଚନ ଖଟୁଆ,ପ୍ରଭାକର ମଲ୍ଲିକ ଆହାତ ହୋଇଥିଲେ। ଏନେଇ କଣ୍ଟାବଣୀଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଣ୍ଟାବାଣୀ ଥାନାରେ ୧୪/୨୧ ରେ ମାମଲା ରୂଜୁ କରି ସଂଯପଡା ଗ୍ରାମର ପ୍ରମୋଦ ନାୟକ (୩୦), ସୁନୀଲ ଭୁକ୍ତା(୨୬), ହିନ୍ଦୋଳ ଥାନାର ବୋବର୍ଦ୍ଧନ ପୁରଗ୍ରାମର ସନୁ ନାୟକ(୨୬), ସନ୍ତ୍ରୀ ଗ୍ରାମର ତ୍ରିଲୋଚନ ସେଠି(୪୭), ଆମନା ଗ୍ରାମର ସନ୍ତୋଷ ପ୍ରଧାନ(୪୫), ସନ୍ତ୍ରୀ ପାଟଣା ଗ୍ରାମର ସୁବ୍ରତ ବେହେରା(୨୭), ସଂଯପଡା ଗ୍ରାମର ଲକ୍ଷ୍ମଣ ଘଡେଇ(୬୦), କଣ୍ଟାବଣିଆ ଗ୍ରାମର ମନୋଜ ନାଏକ(୨୬), ସୁଭକାନ୍ତ ନାଏକ(୨୦), ସଂଯପଡା ଗ୍ରାମର ଶୁଭ୍ରାଂଶୁ ସାମନ୍ତ (୩୦) କୁ କଣ୍ଟାବଣିଆ ପୁଲିସ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରିଛି।



