
୪ ଅନ୍ତରାଜ୍ଯ କୁଖ୍ୟାତ ଚୋରା କୁ ଗିରଫ କରି କୋର୍ଟ ଚାଲାଣ
ଅନୁଗୋଳ ପୋଲିସ କୁ ବଡ ସଫଳତା
(ଜେ ବି ଏନ/ସୁଶାନ୍ତ କୁମାର) ୦୯/୦୨ /୨୦୨୧ ଅନୁଗୋଳ ଜିଲ୍ଲା ରେ ବିଗତ କିଛି ଦିନ ହେବ କିଛି ଅନ୍ତରାଜ୍ଯ କୁଖ୍ୟାତ ଗ୍ୟାଙ୍ଗ ଆସି ବିଭିନ୍ନ ପ୍ରକାର ଅପରାଧିକ ମାମଲା ପରିଚାଳନା କରିବାରେ ସକ୍ଷମ ହେବାରେ ପରିଲକ୍ଷିତ ହୋଇଥିଲା। ପୂର୍ବରୁ ଅନ୍ତରାଜ୍ଯ ଗ୍ୟାଙ୍ଗ ପେଟ୍ରୋଲିୟମ ତୈଳ ଜରପଡା ଅଞ୍ଚଳରେ ଲୁଟ କରି ଧରାପଡିଛନ୍ତି। ସେହିପରି ବିଗତ ଫେବୃଆରୀ ୪ ତାରିଖ ଦିନ ବଅଁରପାଳ ଥାନା ଅଞ୍ଚଳର ବଉଳିଗଡ଼ ଗ୍ରାମ ଦେଇ ଯାଇଥିବା ପାରାଦୀପ୍ – ସମ୍ବଲପୁର ଆଇ ଓ ସି ଏଲ (IOCL) ତୈଲ ପାଇପ୍ ଲାଇନ ରୁ ପେଟ୍ରୋଲ ଚୋରି ହୋଇଥିବାର ଅଭିଯୋଗ IOCL ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହୋଇଥିଲା। ଏହି ଅଭିଯୋଗ କୁ ଆଧାର କରି ବଅଁରପାଳ ପୋଲିସ ପକ୍ଷରୁ ଏସ୍ ଆଇ ଦିଲୀପ ସାହୁ ଙ୍କ ତତ୍ତ୍ବାବଧାନରେ ରେ ଛାନଭିନ୍ ଆରମ୍ଭ ହୋଇଥିଲା। ଏଥିରେ ବଅଁରପାଳ ପୋଲିସ ୩ ଜଣ ଙ୍କୁ ଗିରଫ୍ କରିଥିବା ବେଳେ ଜଣେ ଅପରାଧି ଖସି ଯିବାରେ ସଫଳ ହୋଇଥିଲା। ଅଧିକ ଛାନଭିନ କରିବା ପରେ ଜଣାପଡ଼ିଥିଲା କି ଏହି ଅପରାଧି କଣ୍ଟାବଣିଆ ଥାନା ଅଞ୍ଚଳ ର ଆମନ ଗ୍ରାମରେ ଲୁଚିଥିବା ଜଣାପଡ଼ିଥିଲା। ବଅଁରପାଳ ପୋଲିସ ଏଥିପାଇଁ ଆମନ ଗ୍ରାମ ପହଁଚିବା ପରେ କିଛି ଅସାଧୁ ଲୋକଙ୍କ ଦ୍ୱାରା ପୋଲିସ ଆକ୍ରମଣ ର ଶିକାର ହୋଇଥିଲା। ଯାହାଦ୍ୱାରା କିଛି ପୋଲିସ ଙ୍କୁ ଆଘାତ ଲାଗିଥିଲା ।ପରେ ପୋଲିସ ଅପରାଧିକୁ ଗିରଫ୍ କରିବାରେ ସଫଳ ହୋଇଥିଲା। ଗିରଫ୍ ଅପରାଧି ଙ୍କ ଠାରୁ ଘଟଣା ସ୍ଥଳରୁ ବଅଁରପାଳ ଏସଆଇ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଏକ ନମ୍ବର ବିହୀନ ହୁଣ୍ଡାଇ ଭେନୟୁ କାର, ପୁରୁଣା ଲୁହା ରଡ଼, ହୁସ ପାଇପ, ଭାଲବ ପ୍ଲେଟ୍ , ସକେଟ ବାଉଁଶ ଖୁଣ୍ଟ ଜବତ କରିଛି।

ଉତ୍ତରପ୍ରଦେଶ ରାଜ୍ୟର ଆଜମଗଡ଼ ଜିଲ୍ଲାର ଆରୋଲା ଥାନା ଅରସୁଆ ଗ୍ରାମର
ପ୍ରଦୀପ କୁମାର ସିଂହ (୩୬)ପିତା ରାମନାରାୟଣ ସିଂହ
ସେହି ଥାନା କଥାହି ଗ୍ରାମର ପ୍ରତୀକ କୁମାର ଚୁବେ(୨୭)ପିତା ସୁରେଶ୍ ନାରାୟଣ ଚୁବେ
ଚାନ୍ଦୁଲି ଜିଲ୍ଲା ଆଲିଗଡ଼ ଥାନା କକାମହିଁକଲା ଗ୍ରାମର
ସନ୍ଦୀପ ସିଂହ (୩୩) ପିତା ଚନ୍ଦ୍ରବାଳି ସିଂହ,
ସ୍ୱର୍ଣ୍ଣଭଦ୍ରା ଜିଲ୍ଲାର ପାନୁଗଜ ଥାନାର କଟାସ ଗ୍ରାମର ପ୍ରେମନାରାୟଣ ଚୌହାନ (୩୬) ପିତା ସୁରେଶ୍ କୁମାର ଚୌହାନ
ଏମାନଙ୍କୁ ପୁଲିସ ଗିରଫ କେଶ୍ ନମ୍ଵର୍ ୫୩/ ୮.୦୨. ୨୦୨୧ u/’s ୩୭୯/୩୪ ଆଇପିସି /୧୫(୨)(୪) ପେଟ୍ରୋଲିୟମ ଓ ମିନେରାଲ ଆକ୍ଟ – ୨୦୧୧ ମାମାଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ଜିଲ୍ଲା ଜେଲକୁ ପଠାଯାଇଛି।



