୭ମ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି

ଜେ ବି ଏନ୍( ୦୩/୦୧/୨୦୨୧) (ରିପୋର୍ଟ ସୁବ୍ରତ ସାମଲ) ଅନଗୁଳ ଜିଲ୍ଲ ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆଁହତା ଗ୍ରାମ ଡିହସାହି ରେ ଏକ ବିଶ୍ଵ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି ଏହି

ମହାଯଜ୍ଞ ଆଜିକୁ ପ୍ରାୟ ୭ ବର୍ଷ ହେବ ଅନୁଷ୍ଠତି ହୋଇ ଆସୁଅଛି ଏହି ବର୍ଷ ଦେଶରେ କରୋନା ମହାମାରୀ ପାଇଁ ଅତ୍ୟାଧିକ ଭିଡ଼ ନକରି ସବୁପ୍ରକାର କରୋନା
କଟକଣା ନିୟମ ଦେଖିବାକୁ ମିଳିଥିଲା।ଯଜ୍ଞ ରେ ଆଖାପାଖର ଗ୍ରାମବାସୀ ଯୋଗଦେଇ ପ୍ରଥମେ ଗ୍ରାମର ଏକ ଜଳାଶୟ ରୁ ମାନସିକ କଳସ ଧରି ପଦଯାତ୍ରା କରି ଯଜ୍ଞ ସ୍ଥାନ ପହଁଚି ଯଜ୍ଞ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଯଜ୍ଞ ରେ ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳି ଗାୟତ୍ରୀ ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ଭାସ୍କର ଜି, ପୁରୀ ଗାୟତ୍ରୀ ଆଶ୍ରମ ର ଭରତ ବାବା ଯୋଗଦାନ କରିଥିଲେ। ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ଆୟୋଜିତ ପାଇଁ କାର୍ଯ୍ୟକର୍ତ୍ତାମାନେ ତ୍ରିଲୋଚନ ପାଣି, ଅଶୋକ ଧିର, ଭଗବାନ ଧିର, ଟୁନା ଧିର, ନରହରି ଧିର, ଲିଟୁ ମାଝୀ ମଣ୍ଟୁ ମାଝୀ ଓ ଭାସ୍କର ଚନ୍ଦ୍ର ବେହେରା ( ଆଡଭୋକେଟ୍) ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁ ପରିଚାଳିତ କରିଥିଲେ।




