ଥିରୁଭଲ୍ଲୁଭର ଦିବସରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଜେ ବି ଏନ, ୧୫/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥିରୁଭଲ୍ଲୁଭର ଦିବସ ଅବସରରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଥିରୁଭଲ୍ଲୁଭର ଦିବସରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କର ଈଶ୍ଵର ପ୍ରଦତ୍ତ ପାଣ୍ଡିତ୍ୟ ଓ ଅଗାଧ ଜ୍ଞାନ ତାଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ । ପିଢି ପରେ ପିଢି ଧରି ଲୋକମାନେ ତାଙ୍କର ଆଦର୍ଶ ଦ୍ଵାରା ସକାରାତ୍ମକ ଭାବରେ ଅନୁପ୍ରାଣିତ ହୋଇ ଆସୁଛନ୍ତି । ସମଗ୍ର ଭାରତର ଅଧିକରୁ ଅଧିକ ଯୁବପିଢି କୁରାଲ ପଢିବା ଲାଗି ମୁଁ ନିବେଦନ ଦେଉଛି” ।



