ଦୁବୃତ୍ତ ଲୁଟିନେଲେ ନଗଦ ୧୮ ଲକ୍ଷରୁ ଊର୍ଦ୍ଧ ଟଙ୍କା , ସୁନା ଅଳଙ୍କାର,

(ଜେ. ବି. ଏନ୍) ୧୫/୦୧ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ : :ବରଗଡ଼ ଜିଲ୍ଲା ସହରସ୍ଥିତ ୫ ନଂ ୱାର୍ଡର ସହରାପଡ଼ାରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତ ଲୁଟ୍ ଘଟଣାର ପର୍ଦାଫାଶ ହୋଇଛି । ବରଗଡ଼ ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ୍ ଟଙ୍କା ଓ ଗହଣା ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତମାନେ ହେଲେ , ୫ ନଂ ୱାର୍ଡର ବିକାଶ ଓରଫ ବିଟୁ ମଟାରୀ ( ୨୭ ) , ୨ ନଂ ୱାର୍ଡର

ବେହେରାଟିକ୍ରାର ଅଶୋକ ରଣା ( ୩୪ ) ଏବଂ ସୁଶାନ୍ତ ଭୁଏ ଓରଫ ଗିଡିଲି ଛୁଆ ଓରଫ ଛେଲ ( ୨୮ ) । ସେମାନଙ୍କ ପାଖରୁ ନଗଦ ୧୮ଲକ୍ଷ ୨୪ ହଜାର ଟଙ୍କା , ସୁନା , ରୁପା , ହୀରା ଗହଣା , ବ୍ୟବହୃତ ବାଇକ , ଛୁରି ଆଦି ଜବତ ହୋଇଛି ବୋଲି ଶୁକ୍ରବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍ପି ପଦ୍ଧିନୀ ସାହୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକୃମାନେ ସହରାପଡ଼ା ନିବାସୀ ବ୍ୟବସାୟୀ ଅଙ୍କିତ ରେଖାନିଙ୍କ ଘରକୁ ପଶି ଦିନ ଦ୍ବିପ୍ରହରରେ ଲୁଟ୍ପାଟ କରି ଖସି ଯାଇଥିଲେ । ଏ ନେଇ ଏତଲା ପାଇବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱାଡ ଗଠନ କରାଯାଇଥିଲା ଏବଂ ଘଟଣାର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଧରାପଡ଼ି ଯାଇଥିଲେ । ତେବେ ଗିରଫ ଅଭିଯୁକ୍ତଙ୍କ ନାମରେ ଏହା ପୂର୍ବରୁ କୌଣସି ଅପରାଧୂକ ମାମଲା ଥିବା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ବୋଲି ଏସ୍ପି କହିଛନ୍ତି । ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ୱ ପ୍ରଦ୍ୟୁମ୍ନ କୁମାର ମିଶ୍ର , ଏଣ୍ଡିପିଓ ଦୀପକ ଗୋଚ୍ଛାୟତ , ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ ।



