ବିଭିନ୍ନ ନୂତନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଶିଳା ନ୍ୟାସ କଲେ ବିଧାୟିକା ଲତିକା ପ୍ରଧାନ

ଜେ ବି ଏନ, ଭୁବନେଶ୍ବର /ବ୍ରହ୍ମପୁର : ଜଗବନ୍ଧୁ ସାହୁ, ଟୁକୁନା ପ୍ରଧାନ, ୨୩/୨୪.୦୧.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରିଛନ୍ତି । ଫାଶୀ ପଞ୍ଚାୟତରେ ୧୦ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭ ଉଦଘାଟନ କରିଛନ୍ତି । ଫାଶୀ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଗୋପିନାଥ ମନ୍ଦିର ନିକଟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଯୁବକ ସଂଘ ଗୃହ, ଯାତ୍ରୀ ବିଶ୍ରାମଗାର, ଗୋଷ୍ଠୀ ଶୌଚାଳୟ, କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ବାସଭବନ, ବେତାରାପଲ୍ଲୀ ଠାରେ ପାଠାଗାର ଓ ସୂଚନା କେନ୍ଦ୍ର, ମେଦିନୀପୁର ଠାରେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ଗୃହ, କାଣ୍ଡସର ଠାରେ ଅଙ୍ଗନବାଡି ଗୃହ, ଲାଠୁଳି ଠାରେ କୋଠଘର ଆଦି ଶୁଭ ଉଦଘାଟନ କରିଥିଲେ । ପରେ ଦିଗାପଡା ପଞ୍ଚାୟତର ୧୧ ଟି ପ୍ରକଳ୍ପ ପାଠାଗାର,କୋଠଘର,ଶ୍ମଶାନ ଗୃହ ପଞ୍ଚାୟତ ଅତିରିକ୍ତ ଗୃହ, ହାଇସ୍କୁଲ ଅତିରିକ୍ତ ଗୃହ, ନେଉଳି କୋଠ ଘର, ଶ୍ମଶାନ ଗୃହ
, ରେଙ୍ଗିଟିପଲ୍ଲୀ ଯାତ୍ରୀ ବିଶ୍ରାମଗାର, କୋଠଘର,ଢାମଣାଖୋଲ କୋଠଘର, ଧନଞ୍ଜୟପୁର କୋଠଘର, ଓ ଶ୍ମଶାନ ଗୃହ ଉଦଘାଟନ କରିଥିଲେ । ଏଥି ସହିତ ଚନ୍ଦନପୁର ପଞ୍ଚାୟତର ୫ ଟି ପ୍ରକଳ୍ପ ମଧ୍ଯରେ ଗ୍ରାମୀଣ ଉଦ୍ୟାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ, ଗ୍ରାମୀଣ ବ୍ଯାୟାମ ଶାଳା, ବଜାର ଗୃହ ସହ ମୁଣ୍ଡୁଳା ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶିଳାନ୍ୟାସ କରିଥିଲେ । ଏଥିରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ଫାଶୀ ସରପଞ୍ଚ ନବୀନ ଦଳେଇ, ଦିଗାପଡା ସରପଞ୍ଚ ପୂଜା ପରିଡା, ଯୁବ ନେତା ଗୌରାଙ୍ଗ ସାହୁ, ବିଜୟ ପ୍ରଧାନ, ବିଜେଡି ବରିଷ୍ଠ ନେତା ମହେଶ୍ଵର ବରାଡ, ତ୍ରିନାଥ ଭୂୟାଁ, ସନ୍ତୋଷ କୁମାର ନାୟକ, ପଦ୍ମ ଚରଣ ପ୍ରଧାନ, ଗୋପବନ୍ଧୁ ସାହୁ, ବିଜୟ କୁମାର ନାୟକ, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ନେତୃବୃନ୍ଦ, ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
