
ବିକି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
(ଜେ ବି ଏନ /ସୁଶାନ୍ତ କୁମାର) ୨୩/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମରେ ବିକି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଢ଼ାପଙ୍କ ଏନ ସି ସି କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଯାଇଛି। ଏଥିରେ ଗ୍ରାମର ସରପଞ୍ଚ ଶ୍ରୀ ଉତ୍ସବ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ସମ୍ମାନୀୟ ଅତିଥି ଭାବେ ବାପୁ ସାମଲ, ଦିଲୀପ ସାମଲ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମ ଦିନ ପ୍ରଥମ ମ୍ୟାଚ ମ୍ୟାଚ କନ୍ୟାବେଡା ଓ କାଣ୍ଡସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କନ୍ୟାବେଡା ପ୍ରଥମେ ବ୍ୟାଟିଂ କରି ୧୨ ଓଭର ଖେଳି ୧୩୧ ରନ୍ ସଂଗ୍ରହ କରିଥିଲା ଜବାବ ରେ କାଣ୍ଡସର ୭୦ ରନ କରି ଅଲଆଉଟ୍ ହୋଇଥିଲା। ଦ୍ବିତୀୟ ମ୍ୟାଚ ତୁରଙ୍ଗ ଓ ଗୋତମରା ମଧ୍ୟ ରେ ହୋଇଥିଲା। ତୁରଙ୍ଗ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୭୧ ରନ ସଂଗ୍ରହ କରିଥିଲ ଜବାବ ରେ ଗୋତମରା ୭ ଓଭର ରେ ୩ ଟି ୱିକେଟ୍ ହରାଇ ୭୩ ରନ ସଂଗ୍ରହ କରି ବିଜୟ ର ମଙ୍ଗ ଧରିଥିଲା। ପ୍ରଥମ ମ୍ୟାଚ ରେ କନ୍ୟାବେଡା ଦଳର ପିଣ୍ଟୁ ୬୧ ରନ୍ କରି ମେନ ଅଫଦିମ୍ୟାଚ୍ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ ରେ ଜତିଶ ମେନ ଅଫଦିମ୍ୟାଚ୍ ହୋଇ ମୁଖ୍ୟଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପ୍ରଥମ ଦିନରେ ଖେଳ ପରିଚାଳନା ଦାୟିତ୍ଵ ରେ ଅନୀଲ ସାମଲ, ବାବୁଲି ମହାନ୍ତି, ସିପୁନ୍ ସାମଲ ଓ ଜଗଦୀଶ ସାମଲ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟ ପରିଚାଳନା ଦାୟିତ୍ବରେ କ୍ରିଷ୍ଣା ସାମଲ (chaga ), ଅବନୀ ଲେଙ୍କା, ଅନୀଲ ସାମଲ, ଯତୀନ, ସିଲୁ, ସିଟୁ, କାଳୁ, ଲାଣ୍ଡୁ, ସନ୍ଦୀପ, ମିଥୁନ ସାମଲ ରହିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
