
ମୁକ୍ତିକାନ୍ତ ଗାଜିପୁର ସୀମାରେ କୃଷକ ଆନ୍ଦୋଳନରେ ସାମିଲ ।
(ଜେ. ବି. ଏନ୍/ସୁଶାନ୍ତ ଗଡ଼ନାୟକ ) ୩୦/୦୧ /୨୦୨୧ ସୁନ୍ଦରଗଡ଼ /ରାଉରକେଲା : ରାଉରକେଲା- କୃଷକ ବିରୋଧୀ କଳା ଆଇନ୍ ବିରୁଦ୍ଧରେ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ଭାଇଙ୍କୁ ସମର୍ଥନ ଜଣାଇବା ସହିତ ଏକ ଦୃଢ ସଂକଳ୍ପ ନେଇ ଗତ ୧୨/୦୧/୨୦୨୧ରେ ରାଉରକେଲାରୁ ଦିଲ୍ଲୀ ସାଇକେଲ୍ ଯାତ୍ରା କରୁଥିବା ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଦୀର୍ଘ ୧୮ଦିନ ପରେ ଆଜି ଗାଜିପୁର ସୀମାରେ ପହଞ୍ଚି କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଜି ରାତି ୧୦.୧୫ ସମୟରେ ଗାଜିପୁର ସୀମାରେ ମୁକ୍ତିକାନ୍ତ ପହଞ୍ଚିବା କ୍ଷଣି ଶତାଧିକ କୃଷକ ଭାଇମାନେ ପାଛୋଟି ନେବାସହିତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଆଜି ଭାରତୀୟ କିଶାନ ୟୁନିୟର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ରାକେଶ ଟିକାୟଙ୍କ ସହିତ ମଞ୍ଚ ଅଳଙ୍କୁତ କରିବାପାଇଁ ବିଭିନ୍ନ ସଂଗଠନ ଦ୍ବାରା ମୁକ୍ତିକାନ୍ତଙ୍କୁ ନିବେଦନ କରାଯାଇଥିଲା । ମୁକ୍ତିକାନ୍ତଙ୍କୁ ମଞ୍ଚରେ ଭାରତୀୟ କିଶାନ ୟୁନିୟର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ରାକେଶ ଟିକାୟତ୍ ପୁଷ୍ପଗୁଚ୍ଛ ଓ ସାଲ୍ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ ।
ଏହାପରେ ମୁକ୍ତିକାନ୍ତ ତାଙ୍କ ବକ୍ତବ୍ୟରେ କୃଷକ ବିରୋଧୀ କଳା ଆଇର ଅସ୍ଥିତ୍ ଓ ଅସ୍ତିତ୍ ଉପରେ ନିଜର ମତ ଉପସ୍ଥାପନ କରିଥିଲେ । ଏହା ସହିତ ରାଉରକେଲାରୁ ଦିଲ୍ଲୀ ସାଇକେଲ୍ ଯାତ୍ରାର କଠିନତା ଉପରେ ନିଜର ମତବ୍ୟକ୍ତ କରି କୃଷକ ଭାଇଙ୍କୁ ସମର୍ଥନ ଜ୍ଞାପନ ସହିତ ସମସ୍ତ କୃଷକ ଭାଇମାନେ କୃଷକ ବିରୋଧୀ କଳା ଆଇନ୍ ନ ହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରଖିବାକୁ କହିଥିଲେ । ଗାଜିପୁର ସୀମା ପରେ ମୁକ୍ତିକାନ୍ତ ଶାହାଜାହାଁପୁର ଓ ସିର୍ୟ ସୀମାରେ ଆନ୍ଦୋଳନରତ କୃଷକ ଭାଇମାନେ ଜାରୀ ରଖିଥିବା ଧାରଣାରେ ସାମିଲ ହେବେ । ଅଠର ଦିନରେ ୧୬୫୦କି.ମି . ସାଇକେଲ ଯାତ୍ରା ସହିତ ପ୍ରବଳ ଥଣ୍ଡା , ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଗୁଡ଼ିକରେ କୁହୁଡ଼ିର ପ୍ରଭାବ , ଝାଡ଼ଖଣ୍ଡ ରାଜ୍ୟରେ ଅଧିକ କଠିନ ରାସ୍ତା , ଏପରି ବହୁ କଠିନତାର ସମ୍ମୁଖୀନ ହୋଇ ମୁକ୍ତିକାନ୍ତ ଦିଲ୍ଲୀ କୃଷକ ଆନ୍ଦୋଳନରେ ପହଁଚି ପାରିଛନ୍ତି । ଏହା ସହିତ ରାଉରକେଲାବାସୀଙ୍କ ଆଶିର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମୁକ୍ତିକାନ୍ତ ସମସ୍ତ ରାଉରକେଲାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।



