ରାଜ୍ୟ ସ୍ତରୀୟ ଶହୀଦ୍ ଦିବସ ପାଳନ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶହୀଦ୍ ଦିବସ ପାଳନ ହୋଇଯାଇଛି । ଓଡ଼ିଶା ବିଧାନସଭା ପରିସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ସୂଚନା ଓ ଲୋକସମ୍ପର୍କ ଏବଂ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ , ଡେପୁଟି ଚିଫ୍ କ୍ଲିପ୍ ଶ୍ରୀ ରୋହିତ ପୂଜାରୀ , ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥ ତଥା ବରିଷ୍ଠ ଅଧିକାରୀମାନେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।



