ମେଡିକାଲ ରୁ ଫେରିବା ସମୟରେ କାର ଦୁର୍ଘଟଣା ଗସ୍ତ, ଡ୍ରାଇଭର ଙ୍କ ସମେତ ତିନି ଗୁରୁତର

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୦୧.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ର ଲଛିପୁର ଠାରେ ଆଜି ସକାଳ ୧୧ଟା ସମୟରେ ଏକ ଆଇ୧୦ (ଓଆର ୦ ୭ୱାଇ ୬୦୬୧) କାର ନବଜାତ ଶିଶୁ ଓ ମା ଙ୍କୁ ଧରି ମେଡିକାଲ ରୁ ଫେରିବା ସମୟରେ ଭାରସାମ୍ୟ ହରାଇ ଏକ ସୂଚନା ଫଳକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କାର ଟି ର ସମ୍ମୁଖ ଭାଗ ଚୁରମାର୍ ହୋଇଥିବା ବେଳେ ଡ୍ରାଇଭର ରତ୍ନାକର ପ୍ରଧାନ ଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । କାର ରେ ଥିବା ଆଶାକର୍ମୀ ପାଣୁଆଣି ବେହେରା(୫୬) ଓ କୁମାରୀ ତାରିଣୀ(୫୫) ଙ୍କୁ ମଧ୍ୟ ଗଭୀର ଆଘାତ ଲାଗିଛି । ସମସ୍ତ ଆହତଙ୍କୁ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥବା କଥା ଡ଼ଃ ରାଜେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ନବଜାତ ଶିଶୁ ଓ ମା ସୁସ୍ଥ ଥିବା ଜଣାପଡିଛି ।





