କାଳିମେଘି ଗ୍ରାମର ବାଦଲ ରକ୍ତ ଦାନ କରି ଦେଖାଇଲେ ମାନବିକତା

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୦୨.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ କାଳିମେଘି ଗ୍ରାମର ବାଦଲ କୁମାର ଜାନି ତାଙ୍କର (B+ve ) ଗ୍ରୁପ ରକ୍ତ ମୀନାକ୍ଷି ଦାଶ ନାମକ ଜଣେ ମହିଳା ଙ୍କ ଅତି ଜରୁରୀ ଆବଶ୍ୟକତା ଥିବାରୁ ଏବଂ ରକ୍ତ ଭଣ୍ଡାରରେ ଏହି ଗ୍ରୁପ ର ରକ୍ତ ନ ଥିବାରୁ ଖବର ପାଇ ନିଜର ଏହି ବିରଳ ଗ୍ରୁପ ରକ୍ତ କୁ ବାଦଲ ଏମ୍ କେ ସି ଜି ମେଡିକାଲ୍ ରକ୍ତ ଭଣ୍ଡାର କୁ ଯାଇ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବାଦଲ ଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ବହୁ ସମାଜସେବୀ ଓ ସ୍ଵେଚ୍ଛାସେବୀ ମାନେ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।



