ଶ୍ରୀ ଶ୍ରୀ ରାଧା ମାଧବ ଜୀଉଙ୍କ ରତ୍ନ ମୁଦି ଉତ୍ସବ


(ଜେ. ବି. ଏନ୍) ୦୪ /୦୨ /୨୦୨୧, (ସୁଶାନ୍ତ କୁମାର /ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ନତଣପୂର ଗ୍ରାମରେ ରାଧା ମାଧବ ଜୀଉଙ୍କ ରତ୍ନ ମୁଦି ଉତ୍ସବ ଗ୍ରାମ ତଥା ଗ୍ରାମ୍ୟ ବାହାରୁ ଆସିଥିବା ଶତାଧିକ ଭବ୍ୟ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୪ ଘଟିକା ରୁ ପ୍ରାରମ୍ଭ ଏହି କାର୍ଯ୍ୟକ୍ରମ ରାତ୍ର ୭ ଘଟିକା ପର୍ଯ୍ୟନ୍ତ ଲାଗିରହିଥିଲା। ଶ୍ରୀ କ୍ଷେତ୍ର ଧାମ ପୁରୀ ରାଧା ମାଧବ ଆଶ୍ରମର ପୀଠାଧୀଶ ମହାରାଜଙ୍କର ପୌରହିତରେ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ର ଢେଙ୍କାନାଳ ସହରର ବିଧାୟକ ଶ୍ରୀ ଯୁକ୍ତ ସୁଧୀର କୁମାର ସାମଲ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ ଯୋଗଦେଇଥିଲେ। ଗ୍ରାମ ସଭାପତି ଶ୍ରୀ ଯୁକ୍ତ ଦଲେଇ ବେହେରାଙ୍କ ଦ୍ଵାରା ଆୟୋଯିତ ଉକ୍ତ ସବ୍ୟ ସମାରୋହରେ ସାରା ଗ୍ରାମ ଭକ୍ତି ପୂତ ସ୍ରୋତରେ ପରିପୂର୍ଣ୍ଣ ହୋଇଉଠିଥିଲା। ହରିବୋଲ ହୁଳହୁଳି ରେ ସାରା ଗ୍ରାମ ଭାଙ୍ଗି ପଡିଥିଲା। କର୍ତ୍ତା ଭାବରେ ଶ୍ରୀ ଯୁକ୍ତ ଇଶ୍ୱର ଚନ୍ଦ୍ର ବେହେରା ଯଜ୍ଞିକ କ୍ରିୟା କ୍ରମ ସମାହିତ କରିଥିବା ବେଳେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ। ବିଶେଷ କରି ଯୁବକଙ୍କ ଭିତରେ ଭକ୍ତିର ମନ୍ଦାକିନୀ ପ୍ରବାହିତ ହେବା ସହିତ ମଝିରେ ମଝିରେ କରତାଳି ମୃଦଙ୍ଗ ଝାଞ୍ଜି ର ପ୍ରତିଧ୍ଵନି ସମସ୍ତଙ୍କୁ ବିମୋହିତ କରିଥିଲା। ବହୁ ମାନ୍ୟବର ବ୍ୟକ୍ତି ସାଧୁ ସନ୍ତ ଙ୍କ ଉପସ୍ଥିତ ଉକ୍ତ ଉତ୍ସବକୁ ହରିମୟ କରିଥିଲେ। ଆସନ୍ତା ଦିନରେ ହେବାକୁ ଥିବା ପ୍ରତିଷ୍ଠା ଦିବସର ଏହି ପରି ଭାବରେ ଯୋଗଦେବା ପାଇଁ ଗ୍ରାମବାସୀ ତଥା ସଭାପତି ଅନୁରୋଧ କରିଛନ୍ତି। ସିଆରିଆ ଗ୍ରାମ ନିକଟସ୍ଥ ସତ୍ୟ ସନାତନ ଧାମର ପିଠଧୀଶ ସନ୍ତ ସଦାନନ୍ଦ ଦାସ ମହାରାଜ ରତ୍ନ ମୁଦି ଉତ୍ସବ ର ପୂର୍ଣ୍ଣାହୁତି ରେ ଯୋଗଦେଇ ବହୁ ଦିନର ସ୍ଵପ୍ନ ପୂରଣ ହେବା ସହିତ ଗ୍ରାମବାସୀ ମାନେ ଏକ ମନ ଏକ ପ୍ରାଣ ହୋଇ ଉକ୍ତ ଉତ୍ସବକୁ ପାଳନ କରିବା ସହ ପ୍ରକାଶ କରିଥିଲେ।






