ହମ୍ପସ ତିଆରି କରିଲେ ଧଳା କଲର ଦେବାକୁ କିନ୍ତୁ ଭୁଲି ଗଲେ କି ପ୍ରଶାସନ?

ଜେ ବି ଏନ୍,୦୪/୦୨/୨୦୨୧,(ରିପୋର୍ଟ ମଦନ ସାହୁ)ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ର ନାଲକୋ ଦୈନିକ ବଜାର ସାନମାରେ ଦୁଇଟି ହମ୍ପସ ତିଆରି କରାଯାଇଛି l ବିଭିନ୍ନ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ନିୟମ କାନୁନ ଓ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିଚାଲିଛି।ବିଶେଷକରି ରାସ୍ତାରେ ହୋଇଥିବା ହମ୍ପସ ଗୁଡିକ ଧଳା ରଙ୍ଗ ନ ହେବାଦ୍ୱାରା ଠିକ ଭାବରେ ଦେଖା ଯାଉ ନଥିବାରୁ ରାତ୍ରି ସମୟରେ ଯାତାୟାତ କରୁଥିବା ଯାନବାହନ ଅଧିକ ଦୁର୍ଘଟଣା ର ସମୁଖୀନ୍ନ ହେଉଛନ୍ତି। ତାଙ୍କ ଗାଡିର ପତା ଭାଙ୍ଗି ଯାଉଥିବାର ଦେଖାଯାଉଛି । ଯଦି ସାଧାରଣ ଜନତା ହେଲମେଟ ନ ପିନ୍ଧନ୍ତି ତାହା ହେଲେ ଦଣ୍ଡ କାଗଜ ଠିକ ନ ଥିଲେ ଦଣ୍ଡ କିନ୍ତୁ ଠିକାଦାର କିମ୍ବା ପ୍ରଶାସନ ନିଜ କାର୍ଯ୍ୟ କୁ ଠିକ ଭାବରେ ପୂର୍ଣ୍ଣ ନ କରିଲେ ତାଙ୍କୁ କାହିଁକି ନାହିଁ ଦଣ୍ଡ ? ବୋଲି ଏଠାରେ ସାଧାରଣ ରେ ପ୍ରଶ୍ନ ? ତେଣୁ ରାସ୍ତାରେ ଥିବା ସମସ୍ତ ହମ୍ପସ କୁ ଚିହ୍ନଟ କରି ଶ୍ଵେତ ରଙ୍ଗ ଦ୍ୱାରା ରଙ୍ଗୀନ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି ଜଣାଇଛନ୍ତି ଓ ଯିଏ ଏହିପରି କାର୍ଯ୍ୟ କୁ ଅ ସମ୍ପୂର୍ଣ୍ଣ କରିଅଛି ତାଙ୍କ ବିରୁଦ୍ଧରେ ଦଣ୍ଡ କରାଯାଉ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ।



