ଅସହାୟ କାଙ୍ଗାଳିଙ୍କ ପାଇଁ ପକାଘର,ସାତ ସପନ

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମର ଡମପଡ଼ା ୪ ନମ୍ବର ୱାର୍ଡର କାଙ୍ଗାଳି ସ୍ଵାଇଁ,ବୟସ ୮୦ବର୍ଷ ! ,ସଂସାର କହିଲେ କେହି ନାହାନ୍ତି ! ଦୀର୍ଘ ଦିନରୁ ଗୋଟିଏ ଝିଅ ଥିଲl,ସେ ବି ରହିଲାନି ଜମ ନେଇଗଲା,ଗୋଟିଏ ନାତି ଥିଲା ସେ ବି ୧୯୯୯ ମସିହା ବାତ୍ୟା ପରେ ପରେ ନିଖୋଜ ହେଇଯାଇଛି ! ;କହିବାକୁ ଗଲେ ସମ୍ପୂର୍ଣ ଅସହାୟ ଅବସ୍ଥାରେ କାଙ୍ଗାଳି ସ୍ଵାଇଁ ଜୀବନ ଅତିବାହିତ କରୁଛନ୍ତି;! ସରକାରଙ୍କ ତରଫରୁ ରେସନ୍ କାର୍ଡ ମାଧ୍ୟମରେ ୫କିଲୋ ଚାଉଳ ସମୁଦ୍ରକୁ ସଙ୍ଖେ ପରି ! ,ଗୋଟିଏ ମାସ ଯିବା ଅସମ୍ଭବ , ମାଗି ଯାଚି ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡୁଛି ! ,ପକାଘର ତାଙ୍କ ପାଇଁ ସାତସପନ ପାଲଟିଛି, ! ସ୍ଥାନୀୟ ସରପଞ୍ଚ କିଶୋର ପରିଡ଼ା,ଅନେକ ବାର ସମସ୍ୟା ସମ୍ପର୍କରେ ଅବଗତ କଲେ ମଧ୍ୟ୍ୟ ଅସହାୟ କାଙ୍ଗାଳି ସ୍ୱାଇଁ ଙ୍କ ଦୁଃଖ ଲାଘବ ହୋଇନାହିଁ ! ସରକାରଙ୍କ ତରଫରୁ ପକାଘର୍ ଓ ଅନ୍ନପୂର୍ଣ୍ଣା ଯୋଜନାରେ ୨୫କିଲୋ ଚାଉଳ ତୁରନ୍ତ ଯୋଗାଇଦେବାକୁ ସମାଜ ସେବା ସଙ୍ଗଠନ ପରିବାର ଢ଼ିଙ୍କିଆ ତରଫରୁ ଦାବି ହେଇଛି !


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


