ମହାରାଜା ଭାଗୀରଥୀ ମହେନ୍ଦ୍ର ବାହାଦୁରଙ୍କର ୧୪୫ ତମ ଶ୍ରଦ୍ଧ ବାର୍ଷିକ ଅନୁଷ୍ଠିତ

(ଜେ. ବି. ଏନ୍) ୦୫ /୦୨ /୨୦୨୧, (ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ମହାରାଜା ଭାଗୀରଥୀ ମହେନ୍ଦ୍ର ବାହାଦୁରଙ୍କର ୧୪୫ ତମ ଶ୍ରଦ୍ଧ ବାର୍ଷିକ ମହା ସମାରୋହରେ ପାଳନ କରାଯାଇଛି। ଏହି କାର୍ଯ୍ୟକୁ ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ଗଣେଶ ବଜାର (ରଥ ଗଡା) ସ୍ଥିତ କାର୍ଯ୍ୟାଳୟ ଗୃହରେ ପାଳନ କରାଯାଇଛି। ଏହି ସଭାକୁ ପରିଚାଳନା କରିଥିଲେ ଜିଲ୍ଲା ସଭାପତି ଅଖିଳ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ ସଭାପତି, ରାଜୀବ ଲୋଚନ ସିଂହ ଦେଓ, ଦ୍ଵିବେଦୀ ଯୋଗଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା ଥିଲା ଓଡିଶା ର ଶ୍ରେଷ୍ଠ ଗଡଜାତ ରାଜ୍ୟ। ପାହାଡ଼ ପର୍ବତ ବନାନୀ ଘର, ନିର୍ଝରିଣୀ କୋକିଳର ସୁସ୍ଵର ଝଂକୃତ କରେ ଢେଙ୍କାନାଳ ବୀର ମାଟିକୁ ଗିରିଝର ଲକ୍ଷ୍ୟ ଶିବ ଭକ୍ତଙ୍କୁ ବର୍ଷ ସାରା ବାନ୍ଧି ରଖିବାର ଗୌରବ ବହନ କରେ। ସୁଉଚ୍ଚ ନଭଶ୍ଚୁମି ଶୀତ ପର୍ବତ ମାଳା ସପ୍ତ ସଜ୍ଜା ଶିଖରରେ ଶ୍ରୀ ରାମ ମନ୍ଦିର ଓ କଳ କଳ ଟିକି ଝରଣା ର ଆହ୍ଵାଦିନି ସ୍ଵର, ମହିମା ଧର୍ମ ର ବିଶ୍ଵ ପରିଚିତ ଯୋରନ୍ଦା ଗାଦି ଢେଙ୍କାନାଳ ମାଟିକୁ ଏକ ନୀତି ନୂତନ ଭାବନାରେ ଆହ୍ଵାଦିତ କରିଥାଏ। ଢେଙ୍କାନାଳ ର ଜନତା ଶାନ୍ତିକାନ୍ତ ଓ ଭଗବତ୍ ପ୍ରାଣ ପିପାସୁ ଭାବ ଓ ଉକ୍ତିର ପ୍ରଣୟ ବଲ୍ଲରୀ ରୂପକାନ୍ତି ପ୍ରଦାନ କରିଥାଏ। ମହାରାଜା ଙ୍କ ନାମ ଅନୁସାରେ ଭାଗୀରଥୀ ସାଗର ହୋଇଥିବା ବେଳେ ସଂପ୍ରତି ଚିନ୍ମୟ ମିସନ୍ ନାମରେ ଏହା ହୋଇଯାଇଛି। ଏହାର ପୁନରୁଦ୍ଧାର କରାଯାଇ ଭାଗିରଥୀଙ୍କ ନାମ ରହିବା ସହିତ ମହାରାଜା ଭାଗୀରଥୀ ବାହାଦୁର ଶାହଙ୍କର ଏକ ପ୍ରସ୍ତର ପ୍ରତି ମୂର୍ତ୍ତୀ ସ୍ଥାପନ କରାଯିବା ପାଇଁ ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ତରଫରୁ ଜିଲ୍ଲାପାଳଙ୍କୁ ଦାବି କରାଯାଉଅଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


