କଂଗ୍ରେସର ମହାମିଶ୍ରଣ ପର୍ବ

ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ମଝିକା ମନ୍ଦିର ଠାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ବେଣାଗାଡିଆ ପଞ୍ଚାୟତର ପ୍ରମୁଖ ବିଜେପି ଓ ବିଜେଡ଼ି କର୍ମି ଦଳ ଛାଡ଼ି କଂଗ୍ରେସର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିପ୍ଲବ ଜେନାଙ୍କ ନେତୃତ୍ବକୁ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ସସ୍ମିତା ବେହେରା,ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ଜିତେନ୍ଦ୍ର ସାହୁ, ବେଣାଗାଡିଆ ପଞ୍ଚାୟତର କଂଗ୍ରେସର ବହୁ ମାନ୍ୟଗନ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବ ରେ ବିଜେପି,ବିଜେଡି ଦଳ ଛାଡି ସୁବ୍ରତ ନାଏକ, ଭ୍ରମର ନାଏକ, ସରଳ ନାଏକ, ଦୁଖବନ୍ଦୁ ନାଏକ, ଭୁବନ ନାଏକ, ପ୍ରଦେଶି ବେହେରା,ବାବୁ ପ୍ରଧାନ,କାଳି ପ୍ରଧାନ,ମୁନା ବେହେରା,ବନ୍ଦିଆ ଦେହୁରୀ ପ୍ରମୁଖ ୨୦ରୁ୨୫ ଜଣ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ଏବଂ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବିପ୍ଳବ ଜେନା କହିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


