
ବଅଁରପାଳ ବ୍ଲକ ଅଞ୍ଚଳ ରେ କୋର୍ଟ ଶୁଭ ଉଦ୍ଘାଟନ
ଉତ୍ତମ ଶିକ୍ଷା ଲାଭ କରି ନ୍ୟାୟାଳୟରେ ଯୋଗ ଦେବାର ଆବଶ୍ୟକତା ରହିଛି : ଓଡ଼ିଶାମୁଖ୍ୟ ବିଚାରପତି

ଜେ ବି ଏନ(ସୁଶୀଲ କୁମାର /ସୁଶାନ୍ତ କୁମାର) ୦୭/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ସିଭିଲ ଜଜ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ କୋର୍ଟ ଶୁଭ ଉଦ୍ଘାଟନ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡାଃ ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟକୁ ଶୁଭ ଉଦ୍ଘାଟନ କରିଥିଲେ ।
ଏହି ଉଦ୍ଘାଟନୀ ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ଡ଼ା: ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ କହିଥିଲେ ଯେ ବର୍ତ୍ତମାନ ସମୟ ଆସିଛି ନୂତନ ଯୁବ ପିଢ଼ି ମାନେ ଉତ୍ତମ ଶିକ୍ଷା ଲାଭ କରି ନ୍ୟାୟାଳୟରେ ଯୋଗ ଦେଇ କାର୍ଯ୍ୟ କରିବା ପାଇଁ। ସମାଜରେ ନ୍ୟାୟାଳୟ ରେ ହିଁ ଜଣେ ଦୋଷୀକୁ ଦଣ୍ଡ ମିଳେ ଓ ନିର୍ଦୋଷକୁ ଛାଡ଼ ମିଳେ। ନ୍ୟାୟାଳୟରେ ଅନବରତ ନ୍ୟାୟ ପ୍ରଦାନ ସେବା ଯୋଗାଇ ଦିଆଯାଉଛି ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବା ଦରକାର । ସମାଜରେ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଉଛି ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ପ୍ରମୋଥ ପଟନାୟକ ଯୋଗଦେଇ ନିଜର ଅଭିଭାଷଣରେ ଓକିଲ ମାନଙ୍କୁ କହିଥିଲେ ଯେ ନ୍ୟାୟାଳୟ ସମ୍ମାନ ଓ ମର୍ଯ୍ୟାଦା ସବୁବେଳେ ବଜାୟ ରଖିବା ଦରକାର ତେବେ ଯାଇ ଜନସାଧାରଣ ଙ୍କର ଅଧିକ ବିଶ୍ୱାସ ଭାଜନ ହୋଇ ପାରିବ। ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ଅନୁଗୁଳ ଜିଲ୍ଲା ବିଚାରପତି ଅଶାନ୍ତ କୁମାର ଦାସ।ସ୍ୱାଗତ ଭାଷଣ ଦେଇଥିଲେ ବଅଁରପାଳ ଉଦ୍ଘାଟନୀ ଓକିଲ ସଂଘ ଅଧ୍ୟକ୍ଷ ବିଧୁଭୂଷଣ ପଟ୍ଟନାୟକ। ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘ ଉପଦେଷ୍ଟା ତଥା ବରିଷ୍ଠ ଓକିଲ ଭାସ୍କର ଚନ୍ଦ୍ର ବେହେରା। ଆଜି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଜଗମୋହନ ମିନା ଉପସ୍ଥିତ ରହିଥିଲେ।କର୍ତ୍ତାଭାବେ ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ କୋର୍ଟ ଗୃହ ପୂଜା ହୋମରେ ବସିଥିଲେ । ଆଜି ଏହି ଉଦ୍ଘାଟନୀ ଦିନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼ା: ଏସ ମୁରଲୀଧର ଙ୍କର ଉପସ୍ଥିତ ରେ ବଅଁରପାଳ ଯେ ଏମ ଏଫ ସି ଜଜ ଶ୍ରୀଷ୍ଟି ସାମନ୍ତ ଏକ ମଦ ମାମଲା କେସ ନମ୍ବର ୧୪୮/୧୮, ୨(ଏ)ସିସି ର ସାକ୍ଷ ଗ୍ରହଣ କରିଥିଲେ। ସାକ୍ଷୀକୁ ଜେରା କରିଥିଲେ ସରକାରୀ ଓକିଲ ଦୁଷ୍ମନ୍ତ କୁମାର ସେନାପତି ଓ ପ୍ରତିଦ୍ୱନ୍ଦୀ ଓକିଲ ହେମନ୍ତ କୁମାର ସାହୁ।

ଆଜି କାର୍ଯ୍ୟକ୍ରମ ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ, ଦୁଷ୍ମନ୍ତ କୁମାର ସେନାପତି, ସାହୁ, ବୃନ୍ଦାବନ ସାହୁ, ଶୁଭ୍ରଜିତ ବିଶୋଇ, ପ୍ରଫୁଲ୍ଲ ସାମଲ, ପ୍ରମୋଦ ସାମଲ, କାଳୀ ଚରଣ କର, ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁ, ସମ୍ପାଦକ ସୋମନାଥ ରାଉତ,। ନୂତନ କୋର୍ଟ ଗୃହ ପାଇଁ ଉପବାଚସ୍ପତି ରଜନୀକାନ୍ତ ସିଂହ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ସହଯୋଗର କରିଥିଲେ ଏଣୁ ତାଙ୍କୁ ସଙ୍ଘ ପକ୍ଷରୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଓକିଲ ସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ସହଯୋଗ କରିଥିଲେ। ବଅଁରପାଳ ବ୍ଲକ ରେ କୋର୍ଟ ଉଦ୍ଘାଟନ ହୋଇଆଯାଇଥିବାରୁ ବ୍ଲକ ବାସୀଙ୍କୁ ତ୍ୱରିତ ନ୍ୟାୟ ମିଳିବ ବୋଲି କହିଛନ୍ତି ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।



