ଯାଜପୁର କୋରେଇ ବ୍ଲକ ମୁକୁନ୍ଦପୁର ପଂଚାୟତ ଠାରେ ୩୦ ବର୍ଷ ହେଲା ମାନସିକ ଗ୍ରସ୍ତ ଭିନ୍ନକ୍ଷମ ଜଗବନ୍ଧୁ ପାଇଁ ସବୁ ସହାୟତା ତାଙ୍କ ପାଇଁ ସାତ ସପନ ପାଲଟିଛି

ଜେ ବି ଏନ, ୦୭/୦୨/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଅଲୋଡ଼ା ନୁହେଁ ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ ସେମାନଙ୍କୁ କୌଣସି ଉପେକ୍ଷା କରାଯାଇ ପାରିବନି. ।ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ସରକାରଙ୍କ ପକ୍ଷରୁ ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତ ମୁକୁନ୍ଦପୁର ଗାଁର ଶ୍ରୀଧର ଦାଶଙ୍କ ସାନପୁଅ (ମାନସୀକ ଗ୍ରସ୍ତ ଦିବ୍ୟାଙ୍ଗ ) ଜଗବନ୍ଧୁ ଦାଶ(୩୦) ଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ପାଲଟିଛି ସାତ ସପନ। ଜଗବନ୍ଧୁ ଏକ ପାଉଛନ୍ତି ୫୦୦ ଟଙ୍କା ଭତ୍ତା.ଆବାସ ଯୋଜନା ନାହିଁ ଖାଲି ପାଉଥିବା ୫୦୦ଟଙ୍କା ପ୍ରଶାସନ ପକ୍ଷରୁ ତାଙ୍କୁ ଦିଆଯାଇଛି । ଜଗବନ୍ଧୁ ଜନ୍ମରୁ ମାନସିକ ଗ୍ରସ୍ତ ଭିନ୍ନକ୍ଷମ ସେ ଦୀର୍ଘ ୩୦ ବର୍ଷ ହେବ ଶଯ୍ୟାଶାୟୀ ହୋଇ କେତେବେଳେ ବିଛଣାରେ ତ କେତେବେଳେ ଗୋଡ଼ ହାତ ବନ୍ଦା ହୋଇ ପଡିଥିବା ଦେଖିବାକୁ ମିଳି ଥାଏ।ଶ୍ରୀଧର ଦାଶ ତାଙ୍କ ପରିବାର ପାଇଁ ଦିନକୁ ଦିଓଳି ଖାଦ୍ୟ ଯୋଗାଡ଼ କରିବାକୁ ଅସମର୍ଥ ହୋଇ ଥାନ୍ତି। ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ମାନସିକ ଗ୍ରସ୍ତ ଭିନ୍ନକ୍ଷମ ପୁଅର ଚିକିତ୍ସା କରିବା ତାଙ୍କ ପାଇଁ କାଠିକର ପାଠ ।
ପରିବାର କହିଲେ ବାପା ଶ୍ରୀଧର ଦାଶ ମା ରମାମଣୀ ଦିଶ ଗ୍ରାମବାସୀ ଓ ଜଗବନ୍ଧୁ ଙ୍କ ଭାଇ ଭାଉଜ ମୋଟ ୫ ପ୍ରାଣୀ କୁଟୁମ୍ବ । ଏ ଦୁଃଖି ପରିବାର ଓଳିଏ ଖାଇଲେ ଓଳିଏ.ଓପାସ.ରୋଜଗାର କହିଲେ ବାପା ଶ୍ରୀଧର ସାଇକେଲ ସାହାଯ୍ୟ ରେ ଗାଁ ଗାଁ ବୁଲି ମୁଲ ମଜୁରି କରି ପରିବାର ଭରଣ ପୋଷଣ କରନ୍ତି । ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ ପୁଅର ସେବା ପାଇଁ ମା ରମାମଣୀ ସବୁବେଳେ ପାଇଁ ବନ୍ଧା । ଏବେ ଗ୍ରାମବାସୀଙ୍କ ସହାୟତାରୁ ଯାହା କିଛି ମିଳୁଛି ସେତକ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟକୁ ନିଅଂଟ ହେଉଛି ନା ଅଛି ରେସନ କାର୍ଡ ନାଁ ଅଛି ମାନସିକ ଦିବ୍ୟାଙ୍ଗ ତିନି ଚକିଆ ଗାଡି ଖଣ୍ଡେ ଘର ଖଣ୍ଡେ ନା ପରିବାର ଭରଣପୋଷଣ ପାଇଁ କଣ ସରକାରୀ ଯୋଜନା ସବୁ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି। କେବଳ ସବୁ ଯୋଜନା ଦଳ ଦଳିୟ ଭିତ୍ତିକରି ଦିଆଯାଉଛି l
ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ ବାପା ଶୀଧର ଦାସ ଓ ଗ୍ରାମବାସୀ ନିରାକାର ସାହୁ କହିଥିଲେ-ସବୁଠାରୁ ଦୁଃଖ ଓ ପରିତାପର ବିଷୟ ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ନାହିଁ। ତାଙ୍କ ର ଘର ଭାଙ୍ଗି ଯାଇଥିଲେ ମଧ୍ୟ ଭଙ୍ଗା ଘର ପାଇଁ ସେହି ଦିନଠାରୁ ସେ ଆବାସ ଘର ଖଣ୍ଡେ ପାଇଁ ଅଭିଯୋଗ କରିଥିଲେ। ଆବାସ ଘର ଆସି ଥିଲେ ମଧ୍ୟ ଘର ତାଲିକା ଶ୍ରୀଧର ଦାସ ଙ୍କ ନାମ ଘୋଷଣା କରାଯାଇଥିଲା ହେଲେ ମିଳିପାରିନଥିଲା। ଏବେ ସେ ଆବାସ ଘର ବ୍ଲକ ର ପିଓ,ଜିଆରେସ ନାମରେ ଟଙ୍କା ଉଠାଇ ନେଲେ।ଏଠି ଲାଞ ଦେଲେ ଘର ମିଳେ। ଏହାକୁ ।ନେଇ ଅଭିଯୋଗ କୋରେଇ ବିଡ଼ିଓ , ଜିଲ୍ଲାପାଳ ଓ ମୁଖ୍ୟଶାସନ ସଚିବ ଙ୍କ ପାଖକୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଫଳ ଘର ଶୁନ୍ୟ। ଏବେ ପାଞ୍ଚ ପ୍ରାଣୀ କୁଟୁମ୍ବ ଙ୍କୁ ନେଇ ଭଙ୍ଗା ଛପର ନୁଆଁଣିଆ ଘରେ ଆଶ୍ରୟ ନେଇଛନ୍ତି। ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁ ସତେ ଯେପରି ଶ୍ରୀଧର ଦାସ ଙ୍କ ପାଇଁ ଧର୍ମ କୁ ଆଖି ଠାର ସଦୃଶ । ପରିବାର କୁ କେବଳ ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ କାର୍ଡ ଖଣ୍ଡେ ଅଛି । ତାଙ୍କ ର ଭାଗ ଚାଉଳ କାଟି ଦିଆଯାଇଛି ଓ ଜଗବନ୍ଧୁ ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମଧ୍ୟ ଏ ଯାଏ ଥାଇ ସରକାର ଯୋଜନା ହୋଇପାରୁନି। ବାରମ୍ବାର ଏ ବାବଦରେ ସ୍ଥାନୀୟ ବିଧାୟକ ଠାରୁ ବ୍ଲକକୁ ଦୈାଡି ଦୈାଡି ନୟାନ୍ତ ହୋଇ ପଡିଲେଣି ବାପା ଶ୍ରୀଧର । ବାପା ଓ ପୁଅ ସରକାର ଙ୍କ ଆବାସ ଯୋଜନା ରେ ସାମିଲ ହେବାକୁ ଯୋଗ୍ୟ ଥିଲେ ମଧ୍ୟ ଘର ଖଣ୍ଡେ ମିଳି ପାରି ନାହିଁ। ପ୍ରଶାସନ ତାଙ୍କ ପରିବାର କୁ ଅବହେଳା କରୁଥିବା ଶିଧର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ପରିବାର କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ଆମ ସହିତ ଯୋଡି ହୋଇ ଥିଲେ ନିରାକାର ସାହୁ ନାମକ ଜଣେ ସମାଜସେବୀ। ଏ ବାବଦରେ କୋରେଇ ବିଡ଼ିଓ ଶ୍ରୀ ମତି ଶ୍ଵେତାସ୍ନିଗ୍ଧା ଙ୍କୁ ପଚାରିବାରୁ ସେ କହିଲେ ଯେ ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ ପିଲା ବିଷୟରେ ସେ କିଛି ଜାଣି ନାହାନ୍ତି। ଏବେ ସେ ଗଣମାଧ୍ୟମ ରେ ଖବର ପାଇଲେ। ଶ୍ରୀଧର ଦାସ ଙ୍କ ପୁତ୍ର ଜଗବନ୍ଧୁ ମାନସିକ ଗ୍ରସ୍ତ ଦିବ୍ୟାଙ୍ଗ । ଗରିବ ପରିବାରର ବୋଲି କହି ତାଙ୍କ ପରିବାର ର ସମସ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ପୁରଣ ହେବ ବୋଲି କହିଛନ୍ତି । ତେବେ ଏ ମାନସିକ ଦିବ୍ୟାଙ୍କ ପରିବାର ର ସମସ୍ତ ସମସ୍ୟାକୁ କେବେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବେ ଓ ସେମାନଙ୍କ ଦୁଃଖ ଦୁର ହେବ ଦେଖିବାକୁ ବାକି ରହିଲା।



