ଉପନିର୍ବାଚନର ସରଗରମ ଆରମ୍ଭ : ଅନୁଗୋଳ

ଜେ ବି ଏନ, ୦୯/୦୨/୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ପଞ୍ଚାୟତରେ ପୂର୍ବ ସରପଞ୍ଚ ଙ୍କ ଅନାସ୍ଥା ପ୍ରସ୍ତାବ ପରେ ଏବେ ପଞ୍ଚାୟତ ରେ ପୁଣି ଥରେ ଉପନିର୍ବାଚନ ର ଗରମାଗରମ୍ ମାହୋଲ୍ ଦେଖିବାକୁ ମିଳିଛି । ଏହି ଉପନିର୍ବାଚନ ଆଗାମୀ ୧୧ ତାରିଖରେ ଗୁରୁବାର ଦିନ ହେବାକୁ ଥିବାବେଳେ ଏଠି ସରପଞ୍ଚ ପଦବି ପାଇଁ ତିନିଜଣ ସରପଞ୍ଚ ପ୍ରାର୍ଥୀ ଦେଖିବାକୁ ମିଳିଥିଲା । ଏହି ତିନିଜଣ ପ୍ରାର୍ଥୀ ବର୍ତ୍ତମାନ ନିଜର ଦଳିୟ କର୍ମୀ ଙ୍କୁ ଧରି ସାହିସାହି ଘରଘର ବୁଲି ଜୋରଦାର ପ୍ରଚାର କରୁଥିବା ର ଦେଖିବାକୁ ମିଳିଥିଲା । ଏଥିରେ ମାଛ ଚିହ୍ନ ରେ ଝରଣା ମହାଳିକ ଥିବାବେଳେ ଖୋଲାବହି ଚିହ୍ନ ରେ ଜ୍ୟୋତ୍ସ୍ନା ରାଣି ନାଏକ ଏବଂ ସୂର୍ଯ୍ୟ ଚିହ୍ନ ରେ ସୁମିତ୍ରା ଗୋଛାୟତ୍ ନିର୍ବାଚନ ମୈଦାନ କୁ ଓହ୍ଲାଇ ଥିବା ଦେଖିବାକୁ ମିଳିଛି । ତିନିଜଣଙ୍କ ମଧ୍ୟରେ ଜୋର ଦାର୍ ଟକ୍କର ଥିଲାଭଳି ପ୍ରଚାରରୁ ଜଣାପଡିଛି । ପଞ୍ଚାୟତ ର ବିଭିନ୍ନ ପ୍ରକାରର ସରକାରୀ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟ କୁ ମୁଦ୍ଦା କରି ଖୋଲା ବହି ଚିହ୍ନ ରେ ଛିଡା ହୋଇଥିବା ଜ୍ୟୋଷ୍ନାରାଣି ନାଏକ ଙ୍କ ପାଇଁ ଆଜି ଶେଷ ଦିନ ରେ ବିଜୁ ଜନତା ଦଳ ର ଯୁବ ନେତା ଅରୁଣାଭ ସିଂହ, ଶ୍ରୀଯୁକ୍ତ ମୀନକେତନ ଅମାନ୍ତ, ସରୋଜ ସାହୁ ଓ ରାକେଶ୍ ନନ୍ଦ ପ୍ରମୁଖ ପ୍ରଚାର କରୁଥିବା ଦେଖିବାକୁ ମଳିଥିବା ବେଳେ ଏପଟେ ମାଛ ଚିହ୍ନ ରେ ଝରଣା ମହାଳିକ ଙ୍କ ପାଇଁ ପୂର୍ବ ଦିନ ବିଜେପି ର ବରିଷ୍ଠ ନେତା ଯଜାତି ପଟ୍ଟନାୟକ, ଅରଖିତ ନାଥ ଅସିତ୍ ପ୍ରଧାନ୍,ଦାମୋଦର ବାରିକ୍ ପ୍ରମୁଖ ପ୍ରଚାର ରେ ସହୋଯୋଗ କରିଥିଲେ। ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ଆଜି ସଂଧ୍ୟା ରୁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ର ପ୍ରଚାର ଶୋଭାଯାତ୍ରା ବନ୍ଦ ଦେଖିବାକୁ ମିଳିବ। ଛେଳିଆପଡା, ନୂଆଗାଁ ଓ ଅମାନ୍ତ ପୁରୁର ମୋଟ୍ ୧୧ ଟି ୱାର୍ଡ଼ କୁ ନେଇ ଗଠିତ । ଛେଳିଆପଡାପଞ୍ଚାୟତ ରେ ମୋଟ୍ ୩୨୩୭ ଭୋଟର ରହିଛନ୍ତି। ଆଗାମୀ ୧୧ ତାରିଖରେ ଲୋକେ କାହା ମୁଣ୍ଡରେ ବିଜୟ ର ଟିକା ଲଗେଇବେ ତାହା ଦେଖିବାକୁ ବାକି ରହିଲା।



