ସ୍ୱାଭିମାନ ପରିବାର ତରଫରୁ ଅସହାୟଙ୍କ ଶବ ସତ୍କାର


ଜେ ବି ଏନ, ୧୧/୦୨/୨୦୨୧, ରିପୋର୍ଟ, ମଦନ ସାହୁ), କଟକ : କଟକ ଜିଲ୍ଲାର ଟାଙ୍ଗି ଅଞ୍ଚଳରେ ଗଢି ଉଠିଥିବା ସ୍ଵାଭିମାନ ପରିବାର ତରଫରୁ ପୁଣି ଏକ ମହାନ କାର୍ଯ୍ୟ ସମ୍ପାଦନ କରାଯାଇଛି। ଜଣେ ଅସହାୟ ମହିଳାଙ୍କ ଶବ ସତ୍କାର କରି ପୁଣି ସଂଗଠନର ପ୍ରଚେଷ୍ଟାକୁ ଆଗକୁ ବଢାଇଛନ୍ତି। ଆଜକୁ୧୫ ଦିନ ହେବ ବାରିପଦାର ସୁକାନ୍ତି ପାତ୍ର କର୍କଟ ରୋଗରେ ପୀଡିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେରେ ଚିକିତ୍ସିତ ହେଉଥିଲେ । ଯାହାର ସମ୍ପୂର୍ଣ୍ଣ ଦେଖା ଶୁଣା ସ୍ୱାଭିମାନ ସଂଗଠନ ଓ ଏହାର ପ୍ରତିଷ୍ଠାତା ଅଭିମନ୍ୟୁ ଦାସଙ୍କ ଦ୍ଵାରା ହେଉଥିଲା।ସୁକାନ୍ତିଙ୍କୁ ଆବଶ୍ୟକ ୪ଟି ରକ୍ତ ମଧ୍ୟ ଦିଆଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ କାଲି ରାତି ୩. ୪୦ ମିନିଟରେ ସୁକାନ୍ତି ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଆଜି ସକାଳୁ ସ୍ୱାଭିମାନ ସଂଗଠନ ଖବର ପାଇ ସେଠାରେ ପହଂଚି ଖାନନଗର ସ୍ଥିତ ସ୍ୱର୍ଗଧାମକୁ ତାଙ୍କ ଶବକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲା ଏହା ସହ ସୁକାନ୍ତି ସ୍ଵାମୀ ଓ ଝିଅକୁ ବାରିପଦା ବସରେ ଟିକେଟ କରି ପଠାଇଛି । ଏଥିରେ ଅଭିମନ୍ୟୁ ଦାସ ଓ ସଂଗଠନର ସଦସ୍ୟ ରାକେଶ ଭାଇ, ହରାମଣି ଦିଦି(ଯିଏକି ସୁକାନ୍ତି କୁ ରକ୍ତ ଦେଇଥିଲେ)ଓ ମମତା ଦିଦି ଓ ତାଙ୍କ ପୁଅ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ କଟକ ଅଞ୍ଚଳରେ ଧନ୍ୟବାଦ ଦେବା ସାଧୁବାଦ ଜଣାଇଛନ୍ତି।




