ବଅଁରପାଳ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ୨୦୨୦-୨୦୨୧ ଆର୍ଥିକ ବର୍ଷର ବ୍ଲକ ସ୍ତରୀୟ ସମନ୍ନୟ ମେଳା ଅନୁଷ୍ଠିତ


ଜେ ବି ଏନ, ୧୧.୦୨.୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ୨୦୨୦-୨୦୨୧ ଆର୍ଥିକ ବର୍ଷର ବ୍ଲକ ସ୍ତରୀୟ ସମନ୍ନୟ ମେଳା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମନ୍ନୟ ମେଲାକୁ ଓଡ଼ିଶା ଜିବିକା ମିଶନ ଓ ମିଶନଶକ୍ତି ବଅଁରପାଳ ବ୍ଲକ ରେ ଆୟୋଜନ କରିଥିଲେ l ଏହି ବ୍ଲକ ସ୍ତରୀୟ ସମନ୍ନୟ ମେଲାରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ଭୋଇ ପ୍ରଦୀପ ପ୍ରଜ୍ବଳନ କରି କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର, ୟୁକୋ ବ୍ଯାଙ୍କ ଏଲଡିଏମ୍ ଶ୍ରୀଯୁକ୍ତ ମହେଶ୍ଵର ଗୌଡ଼, ଡିଡିଏମ୍ ଶ୍ରୀଯୁକ୍ତ ଶରତ କୁମାର ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନୀରଜ ଶର୍ମା ଉପସ୍ଥିତ ଥିଲେ। ଏଫ୍ ଆଇ ସି ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ କାଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମନ୍ନୟ ମେଲାରେ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ସ୍ଵୟଂ ସହାୟକ ଦଳର ସଭାନେତ୍ରୀ ଓ ସଂପାଦିକା ଉପସ୍ଥିତ ଥିଲେ। ଏହି ମେଲାରେ ଓଡ଼ିଶା ଗ୍ରାମ ବ୍ଯାଙ୍କ, ୟୁକୋ ବ୍ଯାଙ୍କ ବଳରାମପ୍ରସାଦ, କାନାଡ଼ା ବ୍ଯାଙ୍କ, ଆଦି ବ୍ଯାଙ୍କର ଶାଖା ପରିଚାଳକ ମାନେ ଉପସ୍ଥିତ ଥିଲେ। ଏହି ମେଲାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଭିନ୍ନ ବ୍ଯାଙ୍କ ଓ ସ୍ଵୟଂ ସହାୟକ ଦଳ ସହିତ ସମନ୍ନୟ ରକ୍ଷା କରି ଆର୍ଥିକ, ଅନଗ୍ରସର ଓ ନିଃସହାୟ, ଅଭାବି ପରିବାରରେ ଥିବା ସ୍ଵୟଂ ସହାୟକ ଦଳ ମାନକୁ ବୀମା, ସଞ୍ଚୟ ରଥ ଆଦି ବ୍ଯାଙ୍କ ସେବା ଯୋଗାଇବା। ସର୍ବ ଶେଷରେ ଶ୍ରୀଯୁକ୍ତ ହିରଣ୍ୟ ରାଉତ ଧନ୍ୟବାଦ ଅର୍ପଣ କରି କାଯ୍ୟକ୍ରମ ସମାପ୍ତ କରିଥିଲେ।




