ସାମ୍ବାଦିକଙ୍କୁ ଆକ୍ରମଣ ଯୋଗୁ ଥାନାରେ ଅଭିଯୋଗ

ଜେ ବି ଏନ, ବୌଦ୍ଧ ୧୧/୦୨/୨୦୨୧, (ଜେ.ବି.ଏନ୍ ନିଉଜ ବ୍ୟୁରୋ, ପଶ୍ଚିମ ଓଡିଶା, ରିପୋର୍ଟ- ସୁଦାମ ଚରଣ ସାହୁ): ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ଗ୍ରାମର ସମ୍ବାଦିକ ଗୁପ୍ତେଶ୍ଵର ମେହେରଙ୍କୁ ସରପଞ୍ଚଙ୍କ ପୁଅ ମାଡ଼ମାରି ଥିବା ବୌଦ୍ଧ ଧାନରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସାମ୍ବାଦିକ ଗୁପ୍ତେଶ୍ଵର ମେହେର ଓ ତାର ସାଥି ଦୁଇଜଣ ପପୁଲେସନ ଫର୍ମରେ ଦସ୍ତ ଖସ୍ତ କରାଇବା ପାଇଁ ମଥୁରା ସରପଞ୍ଚଙ୍କ ଘର କେଲାକଟାକୁ ଯାଇଥିଲେ । ସରପଞ୍ଚ ଘରେ ନଥିବା ଯୋଗୁୁ ତାଙ୍କରି ପୁଅ ରାଜେନ୍ଦ୍ର ପ୍ରସାଦ ସିଂ ଫର୍ମଟି ଗ୍ରହଣ କରିଲେଖା ଭୁଲ ଅଛି କହିଲେ । ଓଡ଼ିଶା ଭିଜନ ଟିଭିର ସାମ୍ବାଦିକ କଣ ଭୁଲ ଅଛି ପଚାରି ବାରୁ ସରପଞ୍ଚଙ୍କ ପୁଅ ଉତ୍ ଖିପ୍ତ ହୋଇ ସାମ୍ବାଦିକଙ୍କୁ ମାଡ଼ମାରି ଥିଲେ । ତାପରେ ସାମ୍ବାଦିକ ଓ ସାଥି ଦୁହେଁ ଜୀବନ ଭୟରେ ପଲାଇ ଆସି ବୌଦ୍ଧ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିବା ଜଣାପଡିଛି l ଏଣୁ ଆସାମି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାମ୍ବାଦିକ ମହଳରେ ଦାବୀ ହେଉଛି l



