
ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଅଭିଯୁକ୍ତ ଗିରଫ୍
ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୧୧/୦୨ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନାକୁ ମିଳିଛି ବଡ ସଫଳତା । OR 02 BA 1008 ନମ୍ଵର୍ ବିଶିଷ୍ଟ ଏକ୍ ସଫାରୀ କାର, ୩୪ କେଜି ୨୪୨ ଗ୍ରାମ ଗଞ୍ଜେଇ ଓ ୪ ଚାଲାଣ କାରୀ ଗିରଫ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତ କାଲି ୧୦/୦୨ /୨୦୨୧ ଟାଉନ୍ ଥାନା ଅଧିକାରିଣୀ ଶ୍ରୀମତି ମମତା ନାୟକ ଙ୍କୁ ବିଶେଷ ସୂତ୍ରରୁ କନ୍ଧମାଳ ଜିଲ୍ଲା ରୁ ଅନଗୁଳ ଦେଇ ଏକ ଗ୍ରେ କାଳର ସଫାରୀ ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେବା ର ଖବର ପାଇଥିଲେ।
ଶ୍ରୀମତି ନାୟକ ନିଜର ସହ ଦଳ ବଳ ନେଇ ୩.୪୫ ମିନିଟ ସମୟରେ ଢେଙ୍କାନାଳ ର ୫୫ ନମ୍ଵର୍ ଜାତୀୟ ରାଜପଥ ରେ ଗାଡି ମାନଙ୍କୁ ତଦାରଖ କରିଥିଲେ। ଏହି ସମୟରେ ଗଞ୍ଜେଇ ଗାଡି କୁ ଅଟକାଇବା ସମୟରେ ଗାଡି ନ ଅଟକାଇ ଗାଡି ଆଗକୁ ବଢ଼ି ଚାଲିଥିଲା। ଥାନା ଅଧିକାରିଣୀ ଏହି ଗାଡିର ପିଛା କରି ଶକ୍ତି ସୁଗାର ଫ୍ୟାକ୍ଟ୍ରି ନିକଟରେ ଗାଡି କୁ ଜବତ କରିବା ସହ ଗଞ୍ଜେଇ ଓ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ଏହି ଚାରି ଅଭିଯୁକ୍ତଙ୍କ ଠାରୁ କିଛି ଏଟିଏମ, ଚାରଟି ମୋବାଇଲ, ନଗ୍ନତ ଏକ ହଜାର ଟଙ୍କା ସହ ସଫାରୀ କାର କୁ ଜବତ କରାଯାଇଥିବା ର SDPO ଶ୍ରୀ ସ୍ୱାଇଁ ଆଜି ସୂଚନା ଦେଇଛନ୍ତି।



