ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଶିରଡି ରେ ପାଲିଙ୍କି ଶୋଭାଯାତ୍ରା
ଜେ ବି ଏନ, ୧୧/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ: ଢେଙ୍କାନାଳ ର ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଫ୍ରେବୃଆରୀ ୧୧ ତାରିଖ ଗୁରୁବାର ସକାଳେ ଶିରଡି ରେ 2ଥର ପାଇଁ ସାଇ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା ଶିରଡିର ଖୋଣ୍ଡବା ମନ୍ଦିର ରୁ ବାହାରି ଶିରଡି ଗ୍ରାମ ପରିକ୍ରମା କରିଥିଲା ,ଦିନ ୧୨ ଟା ରେ ଏହା ସାଇ ସଂସ୍ଥାନ ର ସମାଧି ମଣ୍ଡପ ଠାରେ ପହ୍ନଚି ଥିଲା ,ଏଥିରେ ଅନୁଷ୍ଟାନ ର ୬୦ ଜଣ ଓ ଶିରଡି ଗ୍ରାମ ର ଶହ ଶହ ନର ନାରୀ ଘଣ୍ଟ ଖୋଳ ମୁର୍ଦଙ୍ଗ ସହିତ ସାମିଲ ହୋଇଥିଲେ ,ମୁଖ୍ୟ ଆକର୍ଷଣ ଥିଲା ମହାରାଷ୍ଟ୍ର ର ପ୍ରସିଦ୍ଧ ଚାଙ୍ଗୁଡି ବାଜା ,ସାଇ ବାବା ଙ୍କ ଜୟ ଜୟ କାର ଧ୍ୱନି ରେ ଶିରଡି ମାଟି ପ୍ରକମ୍ପିତ ହୋଇଥିଲା ।ସନ୍ଧ୍ୟା ରେ ସମସ୍ତ ଭକ୍ତ ମାନଙ୍କୁ ହାଲୱା ପ୍ରସାଦ ଅନୁଷ୍ଟାନ ତରଫରୁ ବିତରଣ କରଯାଇଥିଲା ବୋଲି ଅନୁଷ୍ଟାନ ର ସଦସ୍ୟ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।



