କୁକୁଡ଼ା ଅନ୍ୟ ବାଡ଼ିରେ ଚରିବାକୁ ନେଇ ଥାନାରେ ମାମଲା : ବଅଁରପାଳ

ଜେ ବି ଏନ୍ (୧୨.୦୨.୨୦୨୧) (ରିପୋର୍ଟ ସୁବ୍ରତ ସାମଲ), ବଅଁରପାଳ/ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମପଞ୍ଚାୟତର ବଗଚର ଗ୍ରାମରେ ଗତକାଲି ଅପରାହ୍ନରେ କୁକୁଡ଼ା ଅନ୍ୟ ବାଡ଼ିରେ ଚରିବାକୁ ନେଇ ଘରୋଇ ହିଂସାକୁ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି। ଥାନା ସୂତ୍ରରୁ ପ୍ରକାଶ ଯେ ବଗଚର ଗ୍ରାମର ସନାତନ ନାଏକ ନିଜ ଏତେଲାରେ ଲେଖିଛନ୍ତି ଯେ ସେ ଗତକାଲି ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ବିଳାସ ନାଏକକୁ କୁକୁଡ଼ା ବାଡ଼ିରେ ଚରିବାକୁ ନେଇ ରାଗ ରଖି ସଂଗବଧ ଭାବେ ପଡ଼ୋଶୀ ଜିତେନ୍ଦ୍ର ନାଏକ,ସଂଜୁ ନାଏକ,ଝିଲି ନାଏକ,ବନି ନାଏକ, ମାରଣା ଅସ୍ତ ଧରି ମୋ ଘରେ ପଶି ମୋ ସ୍ତ୍ରୀକୁ ମରଣାତ୍ମକ ଆକ୍ରମଣ କରି ଲଂଗଳା କରି ମାଡ଼ ମାରିବା ସହିତ ମୋ ସ୍ତ୍ରୀ ଯୌନାଙ୍ଗକୁ ଗୋଡ଼ରେ ଗୁଇଠା ମାରି ଓ ଅନ୍ୟ ଅସ୍ତ୍ର ସାହାଯ୍ୟରେ ମାଡ଼ କ୍ଷତାକ୍ତ କରିଛନ୍ତି। ଖବର ପାଇ ଘରେ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତ୍ବର ଅବସ୍ଥାରେ ଭର୍ତ୍ତି କରିଛି। ଏତେଲାକୁ ଆଧାର କରି ବଅଁରପାଳ ପୁଲିସ ମାମଲା ନମ୍ବର ୫୮/୨୧ ରେ ମାମଲା ରୁଜ୍ଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।



