ଢେଙ୍କାନାଳ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ , ଓଡ଼ିଶା ପକ୍ଷରୁ ଡି ଆଇଙ୍କୁ ଦାବୀପତ୍ର

ଜେ. ବି. ଏନ୍ (୧୨/୦୨ /୨୦୨୧) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ , ଓଡ଼ିଶା ପକ୍ଷରୁ ଡି ଆଇଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ – ଓଡିଶା ର ଲକ୍ଷ୍ୟ ଲକ୍ଷ୍ୟ ହାଇସ୍କୁଲ ଛାତ୍ର ଛାତ୍ରୀ କମ୍ପୁଟର ଶିକ୍ଷା ରୁ ବଞ୍ଚିତ ହୋଇଛନ୍ତି । ତତସହିତ ଚାରି ହଜାର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇ ବେକାର ହୋଇ ରହିଛନ୍ତି । ବର୍ତ୍ତମାନ ସମୟରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି । ଆଠ ସହ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଆ ଇ ସି ଟି ଲାବ ଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି । ଯାହା କି ଶିକ୍ଷା ବ୍ୟବସ୍ଥାରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ର ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ସମସ୍ତ ବିଦ୍ୟାଳୟ ମାନଙ୍କରେ କମ୍ପୁଟର ର ଆବଶ୍ୟକତା ରହିଅଛି । ଛାତ୍ର ଛାତ୍ରୀ ମାନଙ୍କର ପାଠପଢ଼ା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ଯାଏଁ ସମସ୍ତ ତଥ୍ୟ ନାମଲେଖା , ବିଭିନ୍ନ ମେଧା ବୃତ୍ତି ପରୀକ୍ଷା , ଏନରୋଲମେଣ୍ଟ ମାଟ୍ରିକ ପରୀକ୍ଷା ଫର୍ମପୂରଣ , HRMS , SDMIS , INSPIRE AWARD , ମୋ ସ୍କୁଲ ଅଭିଯାନ ସମସ୍ତ ପ୍ରକାର ଅଫିସ କାର୍ଯ୍ୟାଳୟ ଚିଠି ପତ୍ର ଇତ୍ୟାଦି କାର୍ଯ୍ୟ କମ୍ପୁଟର ହାର ଅନଲାଇନ ମାଧ୍ୟମରେ କରାଯାଇଥିଲା , ଏହା ସହିତ ଶିକ୍ଷା ରେ ଉନ୍ନତି ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ପାଠ୍ୟ ବିଷୟ ଗୁଡିକୁ ଶିକ୍ଷା ଦିଆଯାଇଥିଲା , ତେଣୁ ସମସ୍ତ ଦୃଷ୍ଟିକୋଣ ରୁ ଦେବାକୁ ଗଲେ ବିଦ୍ୟାଳୟ ମାନଙ୍କରେ କମ୍ପୁଟର ଏକ ଅପରିହାର୍ଯ୍ୟ ଅଙ୍ଗ ଅଟେ । ଏଭଳି ଏକ ପରିସ୍ଥିତି ରେ ଦୀର୍ଘ ପାଞ୍ଚବର୍ଷ ଧରି ନିଷ୍ଠାପର ଭାବରେ , ଅତି ସ୍ଵଳ୍ପ ବେତନରେ ବିଦ୍ୟାଳୟରେ ସମସ୍ତ ପ୍ରକାର କାର୍ଯ୍ୟକରି ଆସିଥିବା ଚାରି ହଜାର ସ୍କୁଲ କୋଅର୍ଡିନେଟର କୁ ନିଯୁକ୍ତି ରୁ ବଞ୍ଚିତ କରିବା ନିଶ୍ଚିତ ଭାବେ ଏକ ପରିତାପର ବିଷୟ । ତେଣୁ ଆମର ଦାବି ହେଉଛି : 1 ଦୀର୍ଘ ପାଞ୍ଚ ବର୍ଷ ଧରି ଆ . ଇ . ସି . ଟି ଇ -ବିଦ୍ୟାଳୟ ଯୋଜନା ରେ କାର୍ଯ୍ୟ କରି ଆସିବ ଚାରି ହଜାର ସ୍କୁଲ କୋଅର୍ଡିନେଟର କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ
2.ସମସ୍ତଙ୍କୁ ସ୍କୁଲ କୋଅର୍ଡିନେଟର ମାନଙ୍କୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକି ନଦେଇ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଇ ।
3. ଏହି ଆ.ଇ , ସି , ଟି ଇ – ବିଦ୍ୟାଳୟ ଯୋଜନାକୁ ଘରୋଇ କରଣ କରାନଯାଇ ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କରାଯାଉ ।
4, ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଠ୍ୟକ୍ରମରେ କମ୍ପୁଟର ବିଷୟକୁ ବାଧ୍ୟତା ମୂଳକ କରାଯାଉ ।
5.ଓଡିଶା ର ସମସ୍ତ ଉଚ୍ଚ ବିଦ୍ୟାଳୟ ରେ ଏହି ଆଇ.ସି.ଟି ଇ – ବିଦ୍ୟାଳୟ ଯୋଜନା କୁ କାର୍ଯ୍ୟକାରୀ କରାଯାଇ । ଅତେବ , ଆମେ ଓଡ଼ିଶାର ନିଯୁକ୍ତି ହରାଇଥିବା ସମସ୍ତ ବିଦ୍ୟାଳୟ ସଂଯୋଜକ ଆପଣ ମାନଙ୍କ ନିକଟରେ ନିବେଦନ କରୁଅଛୁ ଯେ , ଚାରି ହଜାର ପରିବାର ତ ଜୀବନ ଜୀବିକା ଓ ଭବିଷ୍ୟତ କୁ ଦୃଷ୍ଟିପାତ କରି ଆମମାନଙ୍କର ପୁନଃ ନିଯୁକ୍ତି ନିମନ୍ତେ ଓଡିଶା ସରକାର ଓ ବିଭାଗୀୟ ପ୍ରଶାସନ ନିକଟରେ ଆସର ଦାବିକୁ ଉପସ୍ଥାପନା କରିବା ସହିତ ବିହିତ ସମାଧାନ ନିମନ୍ତେ ପଦକ୍ଷେପ ପ୍ରଭୃତି ଦାବୀ ଉପସ୍ଥାପନ କରିଛନ୍ତି ।



