ପୋଲିସ୍ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଓ କର୍ମଶାଳା ଅନୁଷ୍ଠିତ

ଜେ ବି ଏନ, ୧୩/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : – ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ବିଭିନ୍ନ ଆଇନର ସଠିକ୍ ପ୍ରୟୋଗକୁ ନେଇ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଓ କର୍ମଶାଳା ନାଲ୍କୋ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଅନ୍ତଃବିଭାଗ ସମନ୍ବୟ ସମ୍ପର୍କରେ ଆଲୋକପାତ କରିଥିଲେ । ପୋଲିସ ଓ ମାଜିଷ୍ଟ୍ରେଟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଉଭୟ ଉଭୟଙ୍କର ପରିପୂରକ । ଉଭୟଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଲେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ତଦନ୍ତ , ନୃଶସଂତା ଆଇନର ଯୁଗ୍ଧ ତଦନ୍ତ ଓ ସାମ୍ପ୍ରଦାୟିକ ସଦଭାବନା ପ୍ରତିଷ୍ଠା ନିମନ୍ତେ ନିଷ୍ଠାର ସହ ଦାୟିତ୍ବ ନିର୍ବାହ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥୁଲେ । ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଇନଗତ କାର୍ଯ୍ୟାନୁଷ୍ଠାନ , ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ଓ ସି ଆର ପି ସିର ପ୍ରିଭେଣ୍ଟିଭ ସେକ୍ସନ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥୀ ଭାବେ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେହେରା ଜଙ୍ଗଲ ସରଂକ୍ଷଣ ଓ ଜଙ୍ଗଲ ଜମି ଅଧିକାର ଆଇନ୍ ସମ୍ପର୍କରେ ଆଲୋକପାତ କରିଥିଲେ । ସାଧନ କର୍ମୀ ଭାବେ ଡ . ପ୍ରସନ୍ନ କୁମାର ବରାଳ ଯୋଗ ଦେଇ ସୂଚନା ଅଧିକାର ଆଇନର ପୃଷ୍ଠଭୁମୀ , ଉପଯୋଗୀତା ଓ ଏହାର ପ୍ରୟୋଗାତ୍ମକ ଦିଗ ଉପରେ ଆଲୋକପାତ କରିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସରକାରୀ ଓକିଲ ଶ୍ରୀ ପରମାନନ୍ଦ ମିଶ୍ର ଓ ଶ୍ରୀ ପ୍ରଦୀପ୍ତ କୁମାର ଦାସ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ , ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ , ତାଳଚେର ଉପଜିଲ୍ଲାପାଳ ଶ୍ରୀ ରଜନୀ କାନ୍ତ ସ୍ୱାଇଁ , ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା , ପାଲଲହଡା ଉପଜିଲ୍ଲାପାଳ ଶ୍ରୀ ଅଜିତ୍ କୁମାର ପ୍ରଧାନ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକରେ ଏକ ଅଭିନବ କର୍ମଶାଳା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଆଲୋଚନା ହୋଇଥିବା ବିଭିନ୍ନ ବିଷୟବସ୍ତୁ ବେଶ୍ ଫଳପ୍ରଦ ଓ ଉପ ଯୋଗୀ ସାବ୍ୟସ୍ତ ହୋଇଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
