ପେଟ୍ରୋଲ ଓ ଡିଜେଲ ଦର ଦାମ ବୃଦ୍ଧି ପ୍ରତିବାଦରେ ଅମ୍ବାଭୋନା ବ୍ଳକ କଂଗ୍ରେସ କମିଟି ବନ୍ଦ ଆନ୍ଦୋଳନ

ଜେ. ବି. ଏନ୍ (୧୫/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ପେଟ୍ରୋଲ ଓ ଡିଜେଲ ଦର ଦାମ ବୃଦ୍ଧି ପ୍ରତିବାଦରେ ଆଜି ସୋମବାର ଦିନ ଅମ୍ବାଭୋନା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରକାଶପୁର ବସଷ୍ଟାଣ୍ତ ଠାରେ ୬ଘଣ୍ଟିଆ ବନ୍ଦ ଆନ୍ଦୋଳନ କରିଥିଲେ । ବ୍ଳକ କଂଗ୍ରେସ କମିଟି ର ସଭାପତି ସୁବାଷ ବେହେରା ଙ୍କ ନେତୃତ୍ଵରେ ଭଟଲି ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ନେତା ସରୋଜ ମହାପାତ୍ର,ଜହରଲାଳ ପଧାନ, ନିରଞ୍ଜନ ପଟେଲ, ଇମାନୁଏଲ ଦତ୍ତ ରଣବୀର,କେଦାର ପଟେଲ,ତ୍ରଲୋଚନ ତାଣ୍ତି,ମୁନସିର ଦାସ,ଘନ ଡୁଙ୍ଗୁରୀ,ଜୀବନ ଜାମଡୋଲିଆ ରଘୁନାଥ ଭୋଇ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।



