ବଅଁରପାଳରେ କଂଗ୍ରେସର ବନ୍ଦ ପାଳନ

ଜେ ବି ଏନ ୧୫/୦୨/୨୦୨୧,(ରିପୋର୍ଟ ସୁଶାନ୍ତ କୁମାର ସାମଲ)ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଆଜି ପେଟ୍ରୋଲ ଡିଜେଲ,ଗ୍ୟାସ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡ଼ାକରାରେ ପ୍ରଭାବ ବଅଁରପାଳରେ ଦେଖାଯାଇଥିଲା। ସକାଳ୭ଟାରେ ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ କୁମାର ମାଝୀ ଙ୍କର ନେତୃତ୍ୱରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ ଛକରେ ଦଳୀୟ ପତାକା ମାରି ରାସ୍ତା ଅବରୋଧ କରିବା ସହ ଉଭୟ ବିଜେଡ଼ି ଓ ବିଜେପି ସରକାରଙ୍କ ବିରୋଧରେ ନାରା ବାଜି କରିଥିଲେ।ଫଳରେ ତିନି ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା ସମସ୍ତ ବେବସାୟ ପ୍ରତିଷ୍ଠାନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଆଦି ବନ୍ଦ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ବନ୍ଦ ପାଳନରେ ଯୋଗ ଦେବା ସହିତ ବଅଁରପାଳ ବ୍ଲକର ବରିଷ୍ଠ
Noକଂଗ୍ରେସ ନେତା ପ୍ରଭାକର ଜେନା ,ଦୁଃଶାସନ ଦାସ,ଜଗନ୍ନାଥ ବେହେରା,ଗୌତମ ଦାସ,ବାଦଲ ସାମଲ,କବିରାଜ ପାଣିଗ୍ରାହୀ,ସଲିଳ ଷଡଙ୍ଗୀ, ଶରତ ଦାସ,ଶିଶିର ପାଳ,ବସନ୍ତ ବେହେରା,ଯୁଗଳ ନାଏକ,ଓ ଦୀପକ ସେଠୀଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।



