
ଟ୍ରକ ଓ ଟିପର ମୁହଁମୁହିଁ ଧକ୍କା ଅଳ୍ପକେ ବର୍ତ୍ତୀ ଗଲେ ସାଧାରଣ ଜନତା
(ଜେ ବି ଏନ /ସୁଶାନ୍ତ କୁମାର) ୧୬/୦୨/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମଙ୍ଗଳବାର ସାପ୍ତାହିକ ହାଟ ନିକଟ ୫୫ ନମ୍ଵର୍ ଜାତୀୟ ରାଜପଥ ରେ ଟିପର ଓ ଟ୍ରକ୍ ମୁହଁମୁହିଁ ଦୁର୍ଘଟଣା ଗ୍ରସ୍ତ। ବଅଁରପାଳ ସାପ୍ତାହିକ ହାଟ ଜାତୀୟ ରାଜପଥ କଡରେ ହୋଇଥିବା ରୁ ରାଜପଥ ସବୁବେଳେ ଗହଳି ପୂର୍ଣ୍ଣ ହୋଇ ରହିଥାଏ। ପୁନେ ରୁ ଅନୁଗୋଳ ହୋଇ ଟ୍ରକ୍ ନମ୍ଵର୍ (HR 53 W0039) ଟାୟାର୍ ନେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଟିପର ନମ୍ଵର (OR 16 D 3665) ମଧ୍ୟରେ ମୁହାମୁହିଁ ଦୁର୍ଘଟଣା ଘଟିଥିଲା। ସାପ୍ତାହିକ ହାଟ ଥିବାରୁ ଦୂର୍ଘଟଣା ସ୍ଥଳରେ ଲୋକଙ୍କ ଭୟର ର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଗହଳି ପୂର୍ଣ ସମୟରେ ଟିପର ଡ୍ରାଇଭର ଗାଡି ଛାଡି ପଳାଇ ଯାଇଥିଲା। ଘଟଣାସ୍ଥଳରେ ବଅଁରପାଳ ପୋଲିସ ଟ୍ରକ୍ ଡ୍ରାଇଭର କୁ ଉଦ୍ଧାର କରି ଉଭୟ ପାର୍ଶ୍ଵରେ ଘଣ୍ଟଘଣ୍ଟା ଧରି ଛିଡା ହୋଇଥିବା ଯାନବାହାନ ଗୁଡିକ ଟ୍ରାଫିକ ବ୍ୟବସ୍ଥା କରିଥିଲେ।



