
ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତ
(ଜେ ବି ଏନ /ସୁଶାନ୍ତ କୁମାର) ୧୬/୦୨/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ର ସବେରା ମଣ୍ଡପ ଠାରେ ଅଜଣା ଗାଡି ଧକ୍କା ରେ ଜଣେ ବୃଦ୍ଧା ଙ୍କ ମୃତ ହୋଇଛି । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ହେଲେ ସୁବାଷ ଚନ୍ଦ୍ର ସାହୁ(70) ପିତା ହୃଷୀକେଶ ସାହୁ ନୁଆହତା ଗ୍ରାମ ର ପାଟଣା ସାହି ବାସିନ୍ଦା। ସେ ଗୋଖାଦ୍ୟ ପାଇଁ ବଅଁରପାଳ ଛକ ଯାଇ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି l ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ଦ୍ରୁତଗାମୀ 407 ଗାଡି ଧକ୍କା ଦେଇଥିଲା ଓ ଦୃତ ଗତିରେ ଚାଲିଯିବା ଫଳରେ କେହି ନମ୍ଵର୍ ଦେଖି ପାରି ନାହାନ୍ତି l ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।



