ପ୍ରକାଶପୁର ରେ ସାର୍ବଜନୀନ ସରସ୍ବତୀ ପୂଜା


ଜେ. ବି. ଏନ୍ (୧୬/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପ୍ରକାଶପୁର ଠାରେ ଜୟ ଜଗନ୍ନାଥ ସଂଗୀତ କଳା ପରିଷଦ ପକ୍ଷରୁ ସାର୍ବଜନୀନ ସରସ୍ବତୀ ପୂଜା ପାରମ୍ପରିକ ରୀତି ରେ ଅନୁଷ୍ଠିତ ହୋଇଥିଲା ।
ଏଥରେ ଥଣ୍ଡାରାମ ପ୍ରଧାନ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ କିଶୋର ପୁରୋହିତ,ଗହଲ ମହାପାତ୍ର ପୂଜା ପାଠ କରିଥିଲେ । ଏଥିରେ ଜୟ ଜଗନ୍ନାଥ ସଂଗୀତ କଳା ପରିଷଦ ସଭାପତି ଶିବ ଭୋଇ ଙ୍କ ନେତୃତ୍ଵରେ ସାମ୍ବାଦିକ ଚନ୍ଦ୍ରମଣି ବେହେରା,ହୃଦାନନ୍ଦ ଭୁଏ ଲିଙ୍ଗରାଜ ପଟେଲ, ମୀନକେତନ ଭୋଇ,ଗୋପୀନାଥ ସାହୁ,ସୌକିଲାଳ ସା,ଜିତେନ ପଧାନ ନାଗାର୍ଜୁନ ସା,ବିନୋଦ ବିହାରୀ ଦାସ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।ଏହି ଅବସରରେ ପୂଜା ମଣ୍ତପ ରେ କିଶୋର ପୁରୋହିତ ସରସ୍ବତୀ ବନ୍ଦନା ଗାନ କରିଥିବା ବେଳେ ତବଲା ସଙ୍ଗତ ରେ ମହନ୍ତ ଗଡର୍ତୀଆ ସହଯୋଗ କରିଥିଲେ ।



