ବୁରୁଝରି ଠାରେ ବିପଦ ସଙ୍କୁଳ ଅବସ୍ଥା ରେ ଆମ୍ବ ଗଛ, କାଟିବା ଦାୟିତ୍ଵ କାହାର ? କହିବା କାହାକୁ ଶୁଣିବ କିଏ ?

ବ୍ରହ୍ମପୁର ( ୧୮.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଏକ ବିରାଟକାୟ ଆମ୍ବ ଗଛ ବିପଦ ସଙ୍କୁଳ ଅବସ୍ଥା ରେ ଶୁଖି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କଡରେ ଅଛି । ଉକ୍ତ ରାସ୍ତା ଦେଇ ଦୈନଦିନ ହଜାର ହଜାର ଲୋକ ଗାଡି, ବସ୍, ଅଟୋ, କାର୍, ବାଇକ୍ ମାଧ୍ୟମରେ ଯାତାୟତ କରନ୍ତି । ଗଛ ଟିର ଅବସ୍ଥା ଯାହା କେଉଁ ସମୟରେ ଯେ କାହା ଉପରେ ଢଳି ପଡି ଧନ ଜୀବନ୍ ନଷ୍ଟ ହୋଇ ଦୁର୍ଘଟଣା ଘଟିବ କିଛି କହିହେବ ନାହିଁ । ଏନେଇ ଆମ ପ୍ରତିନିଧି ପୂର୍ତ୍ତବିଭାଗ କନିଷ୍ଠ ଯନ୍ତୀ ସତ୍ୟନାରାୟଣ ବିଶୋୟୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଗଛ କାଟିବା ଦାୟିତ୍ଵ ହେଉଛି ବନ ବିଭାଗର ଏବଂ ଏ ବିଷୟରେ ମୁଁ ବନ ବିଭାଗ ଅଧିକାରୀ ଙ୍କୁ ଜଣାଇବି। ଏଥି ସହିତ ଗଛ ଯଦି ରାସ୍ତା ରେ ଭାଙ୍ଗି ପଡିଥାନ୍ତା ତାହାହେଲେ ଗଛ ବାହାର କରିବା ଦାୟିତ୍ଵ ଆମର ବୋଲି । ଖଲ୍ଲିକୋଟ ରେଞ୍ଜର ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଗଛ କାଟିବା ଦାୟିତ୍ଵ ହେଉଛି ପୂର୍ତ୍ତବିଭାଗ ର ବୋଲି ଏବଂ ପୂର୍ତ୍ତବିଭାଗ ଆମକୁ ଅଫିସିଆଲି ଜଣାଇଲେ ଆମେ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବୁ । ସୁମଣ୍ଡଳ ଫରେଷ୍ଟର ଶ୍ରୀ ଜିତେନ୍ଦ୍ର ରାଉତ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଅତି ଶୀଘ୍ର ଗଛ ଥିବା ସ୍ଥାନ ଯାଇ ମୁଁ ଦେଖିବି ଏବଂ ଏ ନେଇ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇବି ଏବଂ ଅଧିକାରୀ ଙ୍କ ନିର୍ଦ୍ଦେଶ ପ୍ରକାରେ ପଦକ୍ଷେପ ଗ୍ରହଣ କରିବୁ । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ଗଛ ପଡି କାହାର ଧନ ଜୀବନ ନଷ୍ଟ ହୁଏ ସେଥି ପାଇଁ ଦାଇ କିଏ ରହିବ ? ଏ କଥା ଆମେ କହୁନୁ କିଛି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିବିଶେଷ ଏ କଥା ଆମ ମାଧ୍ଯମରେ ପ୍ରଶ୍ନ କରିଛନ୍ତି । ଦେଖାଯାଉ ଆଗକୁ ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।




