ଖବର ପ୍ରସାରଣ ପରେ କାକଟପୁର ମା ମଙ୍ଗଳା ମନ୍ଦିରର ଉନ୍ନତି ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ମାନସ ରଞ୍ଜନ ସାହୁ), କାକଟପୁର : ଗତକାଲି ଜାଗ୍ରତ ଭାରତ ନ୍ୟୁଜ ରେ କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ବିଭିନ୍ନ ପ୍ରକାର ଅସୁବିଧା ନେଇ ଏକ ଖବର ପ୍ରକାଶ ପାଇଥିଲା l ସେଠାରେ ରାସ୍ତାରେ ଟ୍ରାଫିକ ସମସ୍ଯା ଯୋଗୁଁ ଏକ ଆମ୍ବୁଲାନ୍ସ ଫସି ରହିଥିବା ଭିଡିଓ ମଧ୍ଯ ପ୍ରସାରଣ ହୋଇଥିଲା l ତେବେ ଖବର ପ୍ରସାରଣ ପରେ ଆଜି କାକଟପୁର ମା ମଙ୍ଗଳାଙ୍କ ମନ୍ଦିରକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଚାନକ ଗ୍ରସ୍ତ କରି ସେଠାକାର ପରିସ୍ଥିତି ଦେଖିଛନ୍ତି । ମଙ୍ଗଳା ମନ୍ଦିର ର ଉର୍ଣ୍ଣତି ବିଷୟରେ ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ସହ ବିସ୍ତ୍ରୁତ ଆଲୋଚନା କରିଛନ୍ତି l ତେବେ ଜିଲ୍ଲାପାଳ ଶ୍ରୀ ବର୍ମା ଆଲୋଚନା ପରେ ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ପାଖ ଜବରଦଖଲ ଉଚ୍ଛେଦ କରିବା ସହିତ ସିଂହ ନିକଟରେ ଏଣେତେଣେ ପଡିଥିବା ଦୀପ ଗୁଡିକ ପାଇଁ ଏକ ଦୀପ ଷ୍ଟାଣ୍ଡ ନିର୍ମାଣ କରିବେ l ତତ୍ ସହିତ ଏହାର ପାଚେରୀ କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିବା ସୁଚନା ମିଳିଛି l ଏହି ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବହୁ ଶୀଘ୍ର ହୋଇପାରେ ମନ୍ଦିରର ଚତୁପାର୍ଶ୍ବ ଉଚ୍ଛେଦ ବୋଲି ଜଣାପଡ଼ିଛି l 



