ବର୍ତ୍ତମାନର ବଡ଼ ଖବର : ଶାଳପଡା ବାଇପାସ ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ରକ ଏକ ବସ ଉପରେ ପଡ଼ିଥିବା ସୂଚନା

ଜେ ବି ଏନ୍ ୧୯/୦୨/୨୦୨୧, (ମଦନ ସାହୁ) କେନ୍ଦୁଝର : କେନ୍ଦୁଝରରେ ବସ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ OD 05-F 6899, (ପଦ୍ମାବତୀ) ନମ୍ବର ବିଶିଷ୍ଠ ଏକ ଯାତ୍ରୀବାହୀ ବସ ଉପରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକ ଖସି ପଡିଥିବା ଖବର ଆସୁଛି।ମିଳୁଥିବା ସୂଚନାରୁ ଜଣାପଡିଛି ଯେ, ମୟୁରଭଞ୍ଜ କରଞ୍ଜିଆରୁ ବସ ଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବାସ ଉପରେ ପଡିଥିଲା।ସୌଭାଗ୍ୟ ବଶତଃ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଟ୍ରକ ଡ୍ରାଇଭର ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ବସ ର କଣ୍ଡକ୍ଟର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି।ଖବର ପାଇ ଘଷିପୁରା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଁଚି ଆହତ ମାନଙ୍କୁ ଡାକ୍ତର ଖାନାରେ ଭର୍ତି କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।



